
ବାଲିଗୁଡା ୧୪/୫ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ଥ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଶିଶୁ ପୁତ୍ର କାଲି ଜନ୍ମ ହୋଇଛି | ସୁଡ୍ରା ପଞ୍ଚାୟତ ର ଟିକରଵାଜୁ ଗ୍ରାମର ଜିତେନ୍ଦ୍ର ମଲ୍ଲିକ ଙ୍କ ପତ୍ନୀ ସାନନ୍ତି ମଲ୍ଲିକ ପ୍ରସବ ବେଦନା ହେତୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କାଲି ଠିକ୍ ସକାଳ ୧୦ ଟା ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ନବଜାତ ଶିଶୁ ଟି ଦେଖିବାକୁ ଅତି ସୁନ୍ଦର୍ ହୋଇଥିବା ସତ୍ୱେ ତାର ଦୁଇଟି ଯାକ ଗୋଡ଼ ନଥିବା ର ଦେଖିବାକୁ ମିଳିଥିଲା | ଶିଶୁଟିର ଓଜନ ୧୮୩୫ ଗ୍ରା ଥିବାରୁ ତାକୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଅନ୍ତର୍ଗତ ଏସ ଏନ୍ ସି ୟୁ ୱାର୍ଡ ରେ ଭର୍ତି କରାଯାଇଛି | ଶିଶୁଟିର ଉପଯୁକ୍ତ ଚିକିତ୍ସା ହେଉଥିବାରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣାପଡିଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ


