Home ଜିଲ୍ଲା କନ୍ଧମାଳ ଶକ୍ତି ଇଣ୍ଡଷ୍ଟ୍ରି ମହିଳା ଗୋଷ୍ଟି ମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାର କ୍ଷମ କରାଇପାରିଛି

ଶକ୍ତି ଇଣ୍ଡଷ୍ଟ୍ରି ମହିଳା ଗୋଷ୍ଟି ମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାର କ୍ଷମ କରାଇପାରିଛି

102

ବାଲିଗୁଡା,୧୩-୦୫(ଜ଼ିଲ୍ଲା ଖବର):ସାରାବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିଲା ବେଳେ ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ଏହି ପରିସ୍ଥିତି ରେ ଦେଖିବାକୁ ମିଳୁଛି ବାଲିଗୁଡା ଖଜୁରୀନାଳ ରେ ଥିବା ଶକ୍ତି ଇଣ୍ଡଷ୍ଟ୍ରି ମହିଳା ଗୋଷ୍ଟି ମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାର କ୍ଷମ କରାଇ ପାରିଛି | ଏହି ସମୟରେ ମହିଳା ଗୃପ ଶକ୍ତି ଇଣ୍ଡଷ୍ଟ୍ରି ବାଲିଗୁଡା ଓ ଆଖ ପାଖ ଅଞ୍ଚଳରେ ଉତ୍ପାଦନ ହେଉଥିବା ମାଣ୍ଡିଆ, ହଳଦୀ କୁ ଧୋଇ ସଫା ଓ ଚୁନା କରି ପେକିଙ୍ଗ କରିଵା ,ତେନ୍ତୁଳି କୁ କାଟି ପେକିଙ୍ଗ କରୀ ମହିଳା ଗୋଷ୍ଟି ଓଡ଼ିଶା ଖଦୀ ବୋର୍ଡ଼ ଯୋଜନାରେ ସାମିଲ ହୋଇ ରୋଜଗାର ପାଉଛନ୍ତି | ଶିଳ୍ପ ଜଗତରେ ଗୁଣ୍ଡୁଚି ମୁଷା ଭଳି ବାଲିଗୁଡା ଶକ୍ତି ଇଣ୍ଡଷ୍ଟ୍ରି ପ୍ରୟାସ ଜାରି ରଖିଛନ୍ତି| ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କର ଦେଶକୁ ଉଦବୋଧନରେ ଥିଲା ଆଞ୍ଚଳିକ ଉତ୍ପାଦନ ସାମଗ୍ରୀ ଅଂଚଳ ବାସି ବ୍ୟବହାର କରି ଆଞ୍ଚଳିକ ବ୍ୟକ୍ତିଙ୍କର ରୋଜଗାର ରେ ସହାୟକ ହେବା ଏହି ଶକ୍ତି ଇଣ୍ଡଷ୍ଟ୍ରି ର ମୁଖ୍ୟ ଲକ୍ଷ ଅଟେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ