
ଛତ୍ରପୁର ୧୩/୫ (ଜିଲ୍ଲା ଖବର): ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ତାକୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ।ଲକଡାଉନ ଦ୍ବାରା ଗରିବ ଶ୍ରେଣୀର ପରିବାର ମାନେ ବହୁତ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି।ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ସ୍ଥାନରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କରଙ୍କ ନେତୃତ୍ୱରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ କୁ ଗାଁ ଦଳୀୟ କର୍ମୀ ମାନେ ଯାଇ ଅସହାୟ ପରିବାର ଙ୍କୁ ଚାଉଳ,ଡ଼ାଲି, ଅଟା, ଚୁଡା,ଚିନି,ଲୁଣ, ସାବୁନ ଭଳି ବିଭିନ୍ନ ଅତି ଆବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି।
ରିପୋର୍ଟ – ଅଶୋକ କୁମାର ବେହେରା


