ଆସିକା ବାଣିବିହାର ଠାରେ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପ୍ରସ୍ତୁତି ବୈଠକ

88
ଗାୟତ୍ରୀ ମହାଯଜ୍ଞ ପ୍ରସ୍ତୁତି


ଆସିକା, (କ୍ଷୀରୋଦ ଚନ୍ଦ୍ର ବେହେରା) : ଆସିକା ବାଣିବିହାର ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ବହୁ ବରିଷ୍ଠ ପରିଜନ ଯୋଗ ଦେଇ ଆସିକା ଠାରେ ଅନୁଷ୍ଠୀତ ହେବା ଥିବା ମହାଯଜ୍ଞକୁ ସଫଳ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ ।

ଏହା ସହିତ ୧୦୮ ମହାଯଜ୍ଞ ପୂର୍ବରୁ ଗ୍ରାମେ ଗ୍ରାମେ ଦିପମହାଯଜ୍ଞ କରିବାର ସଂକଳ୍ପ ପାରିତ ହୋଇଥିଲା । ସଂକଳ୍ପର ପ୍ରଥମ ଦିବସରେ ବାଣୀବିହାର ରାଧାକୃଷ୍ଣ ମନ୍ଦିରର ଗଣେଶ ମଣ୍ଡପ ଠାରେ ଫ୍ରେଣ୍ଡସ କ୍ଲବର ମିଳିତ ଆନୁକୁଲ୍ୟରେ ଏକ ଦିପମହାଯଜ୍ଞ ଅନୁଷ୍ଟିତ ହୋଇଥିଲା । ଏହି ଦିପ ମହାଯଜ୍ଞରେ ଶ୍ରୀ ଶତୃଘନ ନନ୍ଦ କର୍ତାର ଦାୟିତ୍ୱ ତୁଲାଇଥିବା ବେଳେ ଯଜ୍ଞ ପରିଚାଳନା ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରତିନିଧି ଶ୍ରୀ ରବିନ୍ଦ୍ର ଭାଇ, ଡଃ.ବୃନ୍ଦାବନ ମିଶ୍ର, ଆସିକା ଗାୟତ୍ରୀ ପରିବାରର ପ୍ରତ୍ୟେକ ପରିଜନ ଯଜ୍ଞ ସଂଯୋଜନା କରିଥିଲେ ।

ଏହି ଅବସରରେ ଡଃ. ବୃନ୍ଦାବନ ମିଶ୍ର ତାଙ୍କ ବକ୍ତବ୍ୟରେ ଗଣେଶ ପୂଜାର ମହାତ୍ମ୍ୟ ଏବଂ ପୂଜାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟକୁଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହା ସହିତ ଛାତ୍ରଛାତ୍ରୀଙ୍କ ଭିତରେ କିପରି ସଦବୁଦ୍ଧି ଏବଂ ସତଜ୍ଞାନର ଉଦୟ ହୋଇ ଧରିତ୍ରୀ ପୃଷ୍ଠରେ ସ୍ୱର୍ଗର ଅବତରଣ ହୋଇପାରିବ , ବୈଜ୍ଞାନିକ ଏବଂ ଆଧ୍ୟାତ୍ମି ସମାନତାକୁ ଆଧାର କରି ବିଶେଷ ବକ୍ତବ୍ୟ ରଖିଥିଲେ । ଶେଷରେ ଶାନ୍ତିପାଠ କରି ଆଗାମି ଦିନରେ ଅନୁଷ୍ଟିତ ହେବାକୁ ଥିବା ୧୦୮ ଗାୟତ୍ରୀ ମହାଯଜ୍ଞର ସଫଳତା କାମନା କରିଥିଲେ ।

ଏହି ପ୍ରସ୍ତୁତି ବୈଠକରେ ଯଜ୍ଞ ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀ ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ, ଶ୍ରୀମତି କ୍ରିଷ୍ଣାବେଣି ଆଚାର୍ଯ୍ୟ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଇନଚାର୍ଜ ସୁଶ୍ରୀ ସଶ୍ମିତା ସେଠି, ସୁଶ୍ରୀ ଜ୍ୟୋର୍ତିମୟୀ ମହାନ୍ତି, ଧ୍ୟାନଚାନ୍ଦ ଆଚାର୍ଯ୍ୟ, ପି-ଟେକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ପରିଚାଳନାରେ ସହ ଯୋଗ କରିଥିଲେ ।