Monday, October 12, 2026
Home ଜିଲ୍ଲା କନ୍ଧମାଳ ଅନ୍ତର୍ଜାତୀୟ ନର୍ସ ଦିବସ

ଅନ୍ତର୍ଜାତୀୟ ନର୍ସ ଦିବସ

204

ବାଲିଗୁଡା,୧୨-୦୫ (ଜିଲ୍ଲାଖବର): ସାରାବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିଲା ବେଳେ ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ଏହି ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଓ ବିଭିନ୍ନ ସଂଗଠନ ଜୋରସରରେ ଲାଗିପଡିଛନ୍ତି ସମସ୍ତଙ୍କ ମୁହଁରେ ଗୋଟିଏ ସ୍ଲୋଗାନ କରୋନା ହାରିବ ଭାରତ ଜିତିବ ଏହାକୁ ଦୃଷ୍ଟିରେ ରଖି ସାରା ଭାରତ ବର୍ଷ ରେ ଆଜି ର ଦିନକୁ ଅନ୍ତର୍ଜାତୀୟ ନର୍ସ ଦିବସ ରୂପେ ନାମିତ ହୋଇଛି | ସାରା ଦେଶରେ ନର୍ସ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇ ରୋଗୀ ସେବା ଜାରି ରଖିଛନ୍ତି ତତ ସଙ୍ଗେ ସଙ୍ଗେ ଭୋକିଲାଙ୍କୁ ଖାଦ୍ୟ, ମାକ୍ସ ସାନିଟାଇଜର ସାବୁନ ବାଣ୍ଟିବା ସହିତ ଜନସଚେତନତା ସୃଷ୍ଟି କରୁଛନ୍ତି ।ସାମାଜିକ ଦୂରତାରକ୍ଷା କରିବା, ବାରମ୍ବାର ସାବୁନ ରେ ହାତଧୋଇବା ମାକ୍ସ ବ୍ୟବହାର କରିବା ଦ୍ୱାରା ସାରା ବିଶ୍ବର ମହାମାରୀ କରୋନା କୁ ସହଜରେ ମୁକାବିଲା କରିହେବ ଆଜି ର ଏହି ଦିନରେ ପ୍ରୟାସ ଜାରି ରଖିଛନ୍ତି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ