Home ଜିଲ୍ଲା କନ୍ଧମାଳ ଚାଷୀର ମୁଣ୍ଡ ବଥା ଅଦିନିଆ ଝଡ଼ ଓ ବର୍ଷା ମାଡରେ ପନିପରିବା ନଷ୍ଟ

ଚାଷୀର ମୁଣ୍ଡ ବଥା ଅଦିନିଆ ଝଡ଼ ଓ ବର୍ଷା ମାଡରେ ପନିପରିବା ନଷ୍ଟ

48

ବାଲିଗୁଡା,୧୨-୦୫(ଜ଼ିଲ୍ଲାଖବର):କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ୍ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତ ରେ ବର୍ଷା ମାଡ଼ରେ ପନିପରିବା ସବୁ ନଷ୍ଟ ହୋଇଯାଇଛି | ଚାଷୀ ଶ୍ରୀଯୁଗଳ ବେହେରଦଳାଇ, ଶଙ୍କର ବେହେରଦଳାଇ ଓ ଅନୁରୁଧ ବେହେରା ପ୍ରାୟ ୨ ହେକ୍ଟର ଚାଷ ଜମିରେ ପନିପରିବା ଚାଷ କରିଥିଲେ କରନା ମହାମାରୀ ଓ ଲକଡାଉନ ର ପ୍ରଭାବରେ ପନିପରିବା ବାହାରକୁ ଯାଇ ପାରିଲା ନାହିଁ ଏବଂ ଦୋକାନ ବନ୍ଦ ହେବାରୁ ସାର ଗଛରେ ଦେଇପାରିଲେ ନାହିଁ ସେଥିପାଇଁ ଗଛ ମାରିବା ରେ ଲାଗିଲା ତା ସହ ହଠାତ ଝଡ଼ ଓ ବର୍ଷା ହେବାରୁ ଜମିରେ ପାଣି ଜମି ରହିବା ଦ୍ଵାରା ଫୁଲକୋବି ବନ୍ଧା କୋବି ବାଇଗଣ ଟମାଟୋ ପ୍ରଭୁତି ନଷ୍ଟ ହୋଇଯାଇଛି | ଚାଷୀ ମାନେ କହିବା ଅନୁସାରେ ଲକଡାଉନ ହେଇନଥିଲେ ଆମର ପନିପରିବା ଅନ୍ୟ ଜିଲାକୁ ଯାଉଥିଲା ବର୍ତ୍ତମାନ ବାଲିଗୁଡା ମଧ୍ୟ ପଠେଇ ପାରିଲୁ ନାହିଁ ଯାହାଫଳରେ ଆମକୁ କ୍ଷତି ସହିବାକୁ ପଡିଛି ଓ ବର୍ତ୍ତମାନ ଗୋଟିଏ ଚିନ୍ତା ବ୍ୟାଙ୍କ ଲୋନ ତାହା କିପରି ସୁଜିବୁ ସେହି ଉପରେ ଚାଷୀ ମାନଙ୍କର ମନରେ ପ୍ରଶ୍ନ ବାଚୀ ସୃଷ୍ଟିକରିଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ