
କୁକୁଡ଼ାଖଣ୍ଡି:ତ ୧୦/୫ (ଜିଲ୍ଲା ଖବର): ଗଞ୍ଜାମଜିଲ୍ଲା କୁକୁଡା ଖଣ୍ଡିବ୍ଲକ ଅନ୍ତର୍ଗତ ରୋହିଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ରୋହିଗାଁ ସଙ୍ଗରୋଧ କେନ୍ଦ୍ରରେ ସୁରତଫେରନ୍ତା ଭାଇମାନେ କରୋନା ଭାଇରସ ଭଳି ମାରାତ୍ମକ ରୋଗର ଦମନ ପାଇଁ ଯୋଗ,ପ୍ରାଣା ୟାମ ଭଳି ନା ନା ପ୍ରକାର ସମାଜିକ କାର୍ଯ୍ୟକୁ ହାତକୁ ନେଇ ସ୍କୁଲ ପରିସରକୁ ସଫେଇ କରିଥିଲେ,ଏ ହାକୁ ସ୍କୁଲର ଖେଳପ୍ରଶିକ୍ଷକ ଭାଗିରଥି ସ୍ୱାଇଁ ପରିଚାଳନା କରିଥିଲେ।ଏହିସମୟରେ ନୋଡାଲ ଅଫିସର ତଥା ରାଜସ୍ବ ନିରୀକ୍ଷକ ହିମାଂଶୁ ଶେଖର ପୃଷ୍ଟି ,ANM ପଙ୍କଜଦେବୀ କାର୍ଯ୍ୟକ୍ରମ ତଦାରଖ କରୁଥିଲେ।ସରପଂଚ ପ୍ରତିନିଧି ବଶିଷ୍ଠ କୁମାର ଜେନା ଓ ଗ୍ରାମର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ।ସୁରତ ଫେରନ୍ତା ଓଡ଼ିଆଭାଇମାନଙ୍କ ଏହିଭଳି ଜନମଙ୍ଗଳ କାର୍ଯ୍ୟକୁ ଅଂଚଳର ବୁଦ୍ଧିଜୀବୀ ମାନେ ଭୁୟସୀ ପ୍ରଶଂସା କରିଥିଲେ।
ରିପୋର୍ଟ ପ୍ରଫୁଲ୍ଲ କୁମାର ସାବତ


