
କୋଦଳା,୦୬/୦୯(ଗୁଲସନ୍ କୁମାର କର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ I.C.D.S ଅନ୍ତର୍ଗତ କୋଦଳା ଏନ୍.ଏ.ସି ର ସ୍ଵର୍ଣମୟୀ ଉଚ୍ଚ ବିଦ୍ୟାଳୟଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ପୃଷ୍ଟିକର ସପ୍ତାହ ପାଳନ କରାଯାଇଛି। ଏଥିରେ ବାଇଗଣିଆ ସାହି ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତୀ ରିତାରାଣୀ ମିଶ୍ର,ରେଞ୍ଜର ବଙ୍ଗଳା ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତୀ କୁସୁମ କୁମାରୀ ମିଶ୍ର, ହରିଜନ ସାହିର କର୍ମୀ ଶ୍ରୀମତୀ ରନିତା ବେହେରା,ଜେଲ ରୋଡର କର୍ମୀ ଶ୍ରୀମତୀ ରଶ୍ମିତା ପଣ୍ଡା,ଗୋଲା ସାହିର କର୍ମୀ ଶ୍ରୀମତୀ ରଶ୍ମିତା ବେହେରା,ଭାଇଗା ସାହିର କର୍ମୀ ଶ୍ରୀମତୀ ରୀତା ପଣ୍ଡାଙ୍କ ସମେତ ସମସ୍ତ ସହାୟିକା ଓ କେନ୍ଦ୍ର ଅଞ୍ଚଳର ଗର୍ଭବତୀ ଓ ପ୍ରସୂତି ମା ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ। କର୍ମୀମାନେ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ,ସ୍ତନ୍ୟପାନ, ଶିଶୁର ଯତ୍ନ,କିଶୋରୀ ବାଳିକା ମାନଙ୍କର ଯତ୍ନ ବିଷୟରେ ବୁଝାଇଥିଲେ



