
ଛତ୍ରପୁର, ୦୬/୦୯ (ବିଚିତ୍ର ସାହୁ) : ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠର ପୂରାତନ ଛାତ୍ରସଂସଦ ଆନୁକୂଲ୍ୟରେ ସ୍ଥାନୀୟ ହରଗୌରୀ ବାଳିକା ଉଚ୍ଚବିଦ୍ୟଳୟ ଠାରେ ପବିତ୍ର ଗୁରୂପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।୨୦୦୬ ମସିହାଠାରୁ ଆୟୋଯିତ ହୋଇ ଆସୁଥିବା ଏଇ ଉତ୍ସବରେ ଆଞ୍ଚଳିକ ସ୍ତରୀୟ ଅବସରପ୍ରାପ୍ତ ଗୁରୂଜୀ ମାନଙ୍କୁ ଆମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଉଛି।

ଆୟୋଯିତ ଏଇ ଗୁରୂପୂଜନ ଉତ୍ସବରେ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା କୁମାରୀ ଦେବୀ ଅଧ୍ୟକ୍ଷତା କରିଥିଲେ।ପୂରାତନ ଛାତ୍ରସଂସଦର ସଭାପତି ଗଦାଧର ରାଉଳ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଲକ୍ଷ୍ମୀନାରାୟଣ ଶତପଥି, ଧୃବଚରଣ ସେଠୀ ଓ କୋରା ମହାରଣା ଯୋଗଦେଇ ଗୁରୂଶୀଷ୍ୟ ପରମ୍ପରାର ମହାନ୍ ଐତିହ୍ୟ ଉପରେ ଆଲୋକ ପାତ କରି ଛାତ୍ରଛାତ୍ରୀ ଗୁରୂ ଆଶୀର୍ବାଦ ନେଇ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ।ଅବସରପ୍ରାପ୍ତ ରାଜ୍ୟପୁରସ୍କୃତ ପ୍ରଧାନ ଶିକ୍ଷକ ତଥା ସଂସଦର ସଂପାଦକ କାମରାଜୁ ମହାରଣା ଏଇ ଆଞ୍ଚଳିକ ଗୁରୂପୂଜନ ଉତ୍ସବର ସୃଷ୍ଟି ସଂପର୍କିତ ବିବରଣୀ ପ୍ରଦାନ ସହ ଓ ଆଜିର ଦିନରେ ଗୁରୂ ଶୀଷ୍ୟ ସଂପର୍କ ଉପରେ ବକ୍ତବ୍ୟ ରଖି ପ୍ରତ୍ୟେକ ବିଦ୍ୟାର୍ଥୀ ମହାନ୍ ଗ୍ୟାଂନୀ ହେବାପାଇଁ ଗୁରୂ ଆଶୀର୍ବାଦ ଆବଶ୍ୟକ ବୋଲି ମତପ୍ରଦାନ କରିଥିଲେ।




