
ବ୍ରହ୍ମପୁର,୦୫/୦୯(ପ୍ରଫୁଲ ସାବତ) : ଲଗାଣ ବର୍ଷା କାରଣରୁ ପାଟପୁର -ଶେରଗଡ଼ ରାସ୍ତା ପଳାସପୁର ବୁଦ୍ଧେଶ୍ଵର ମନ୍ଦିର ଠାରୁ ୨୦୦ମିଟର ଆସିକା ରାସ୍ତାରେ ଥିବା ବହୁ ପୁରୁଣା ପୋଚକା ନାଳ ବ୍ରିଜ୍ ଆଜି ସଂଧ୍ୟା ୫.୩୦ ମିଟର ଅପ୍ରତ୍ୟାଶୀତ ଭାବେ ଭାଙ୍ଗିଯାଇଅଛି I ଯାହା ଫଳରେ ଦିଗପହଣ୍ଡି ଠାରୁ ଆସିକା ଗମନା ଗମନ ବ୍ୟବସ୍ଥା ଠପ୍ ହୋଇଅଛି I ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଇକ ଉକ୍ତ ପୋଲରେ ଅତିକ୍ରମ କରୁଥିବା ବେଳେ ଭୟଙ୍କର ପ୍ରଳୟ ସ୍ରୋତ ଆସିବାରୁ ପଡ଼ିଯାଇଥିଲେ କ୍ଷ ସୌଭାଗ୍ୟ ବଶତଃ ଆରୋହୀ ସହ ଦୁଇ ଜଣ ଉଧାର ହୋଇଥିବା ବେଳେ ଭାସିଥିବା ବାଇକର ପତ୍ତା ମିଳୁନାହିଁ I
ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅବସ୍ଥା ଅନୁଧ୍ୟାନ କରିବା ସହ ଉଭୟ ପଟରେ ରହିଥିବା ଯାନ ଭାହାନ ଗୁଡିକୁ ନିୟନ୍ତ୍ରଣ କରିବାକୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦେଇଛନ୍ତି I ଉଭୟ ପଟରୁ ରାସ୍ତାକୁ ସିଲ କରି ଗମନା ଗମନ ବ୍ୟବସ୍ଥାକୁ ଉକ୍ତ ପୋଲ ଦେଇ ସାଂପୂର୍ଣ୍ଣ ନିଷିଦ୍ଧ କରିଛନ୍ତି I




