

ଖୋର୍ଦ୍ଧା : ଏକ ଘରୋଇ ଡିଜିଟାଲ ୱେବ ଚ୍ୟାନେଲ ୱାନ ଟିଭି ଲାଇଭ ତାର ତିନୋଟି ସହକାରୀ ଏନଜିଓ ସଂସ୍ଥା ଯଥା; ଆଇ.ଏନ.ଏନ , ସାଫ ଓ ଅଲିଭା ପ୍ରୟାସ ସହ ମିଳିତ ଉଦ୍ୟମରେ ଆଜକୁ ପ୍ରାୟ ଦୀର୍ଘ ୩୨ଦିନ ଧରି ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ସହ ପଶୁ ମାନଙ୍କର ସେବା ନିରନ୍ତର ଭାବେ କରି ଆସୁଅଛି. ଜାତି ଧର୍ମ ବର୍ଣ ନିର୍ବିଶେଷ ରେ ସମସ୍ତ ବର୍ଗର ଲୋକ ମାନ ଙ୍କୁ ସହାୟତା କରାଯାଇଛି. ଏହି ପ୍ରୟାସ କୁ ଲକଡାଉନ ନସରିବା ପର୍ଯ୍ୟନ୍ତ ଜାରି ରଖିବା ପାଇଁ ସଂସ୍ଥା ର ମୁଖ୍ୟ ମାନେ ପ୍ରତିଶୃତିବଦ୍ଧ I







