
ବାଲିଗୁଡା,୦୭/୦୫(ସୁକାନ୍ତ କୁମାର ତ୍ରିପାଠୀ) : ବର୍ତମାନ କରୋନାର ପାଦୁର୍ଭାବ ବଢ଼ି ଚାଲିଥିଲା ସମୟରେ କରୋନା ଯୋଦ୍ଧା ଭାବରେ ବନବାସୀ ସେବା ସମିତି ଅନୁକୂଲ୍ୟରେ I.C.D.S. କାର୍ଯାଳୟ ଠାରେ ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରାୟ ୨୨୦ ଟି ସାନିଟାଇଜର କିଟ ଦେଇଥିଲେ | ସେଥିରେ ମାକ୍ସ, ସାବୁନ, ଗ୍ଲୋବ, ଓ ସାନିଟାଇଜର ରହିଥିବାର ଦେଖିବାକୁ ମିଳିଛି | ଏହି ଆଗଧାଡିର ଥିବା କରୋନା ଯୋଦ୍ଧା (ଅଙ୍ଗନବାଡି କର୍ମୀମାନଙ୍କୁ) ସାନିଟାଇଜର କିଟ ଦେଇ ଉଚ୍ଛାହିତ କରିଥିଲେ| ଏହି କାର୍ଯ୍ୟକ୍ରମରେ ବନବାସହି ସେବା ସମିତିର ସେକ୍ରେଟେରୀ ଶ୍ରୀ ଉଚ୍ଛବ ଚନ୍ଦ୍ର ଜେନା,ଆସିଷ୍ଟାଣ୍ଡ ସେକ୍ରେଟେରୀ ରବୀନ୍ଦ୍ର କୁମାର ପଣ୍ଡା, ବିପିସି ଆଲୋକ ନାୟକ, ମିସିନଶକ୍ତିର ସୁରେଶ ପ୍ରଧାନ, ବିଶ୍ଵଜୀତ ଜେନା ବନବାସି ସେବା ସମିତି ବାଲିଗୁଡା ଏବଂ ସରକାରି କର୍ମଚାରୀ ଶ୍ରୀମତୀ ଅନିତା ଦାଶ ସି.ଡି.ପି.ଓ, ରୁଦ୍ରାଖୀ କହଁର, ଲୋକନାଥ ମିଶ୍ର ଅନ୍ୟାନ୍ୟ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ |






