
ବାଲିଗୁଡା,୦୬-୦୫(ସୁକାନ୍ତ କୁମାର ତ୍ରିପାଠୀ) : ସାରା ଦେଶରେ କରୋନାର ପ୍ରଭାବ ଲାଗିରହିଥିଲା ବେଳେ ମଧ୍ୟରାତ୍ର ରୁ ଆରମ୍ଭ ହୋଇଛି ବର୍ଷା ର ତାଣ୍ଡବ ଲୀଳା | ଆଜି ସକାଳେ ଘଡଘଡି ସହିତ ବର୍ଷା ପବନ ହେଉ ଥିବାର ଦୃଶ୍ଯ ଦେଖିବାକୁ ମିଳିଛି | ବିଜୁଳି ଓ ଘଡଘଡି ର ପ୍ରଖର ଏତେ ଭୟଙ୍କର ଥିଲା ଜେ କୌଣସି ଲୋକ ପଦାକୁ ନ ବାହାରି ଘର ଭିତରେ ଥିବାର ଦେଖାଯାଇଛି | ବର୍ଷା ପ୍ରାୟ ଲଗାତାର ଭାବରେ ଏକଘଣ୍ଟା ଧରି ଲାଗି ରହିଥିଲା | ଏହି ବର୍ଷା ର ପ୍ରଭାବରେ ରାସ୍ତା ଘାଟ ଜନଶୂନ୍ୟ ଥିବାର ଦେଖିବାକୁ ମିଳିଥିଲା |









