Home ଜିଲ୍ଲା କନ୍ଧମାଳ ଶିକ୍ଷକଙ୍କ ଦ୍ୱାରା ଆଇରନ ବଟିକା ବଣ୍ଟନ

ଶିକ୍ଷକଙ୍କ ଦ୍ୱାରା ଆଇରନ ବଟିକା ବଣ୍ଟନ

113

ବାଲିଗୁଡା,୦୬-୦୫(ସୁକାନ୍ତ କୁମାର ତ୍ରିପାଠୀ) : ଦେଶରେ କରୋନା ମାହାମାରି ଲାଗିଥିଲା ବେଳେ ଗଣଶିକ୍ଷା ବିଭାଗଙ୍କ ଚିଠି ଅନୁସାରେ ବାଲିଗୁଡା ବି.ଈ.ଓ ଶ୍ରୀ ଚିତ ରଞ୍ଜନ ତ୍ରିପାଠୀ ଘରକୁ ଘର ବୁଲି ଔଷଧ (ଆଇରୋନ ବଟିକା) ଦେବା ପାଇଁ ପରାମର୍ଶ ଦେଇଛନ୍ତି | ଏହାକୁ ଦୃଷ୍ଟିରେ ରଖୀ ବ୍ଲକକଲୋନୀ ୟୁପିସ୍କୁଲ ର ଚାରି ଜଣ ଶିକ୍ଷକ ଶ୍ରୀ ଆର୍ତ୍ତ ଚନ୍ଦ୍ର ଖଟୁଆ, ଶିଶିର କାନ୍ତ ଦାଶ, ଦଣ୍ଡପାଣି ସାହୁ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଏମାନେ ସମସ୍ତେ ମିଶି ବ୍ଲକ କଲୋନୀ, ଗୁଲିମରା ପଦା ଓ ବନ୍ଧସାହି ର ଘର କୁ ଘର ଯାଇ ସ୍କୁଲ ପିଲାଙ୍କର ଘରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ଔଷଧ (ଆଇରୋନ ବଟିକା)ଦେବା ସହିତ ପିଲା କିପରି ଔଷଧ ଖାଇବ ତାହା ଉପରେ ବୁଝାଇ ଥିଲେ | ହାତ କୁ କିପରି ସାବୁନ ରେ ବାରମ୍ବାର ଧୋଇବ, ମାକ୍ସ ପିନ୍ଧି ସାମାଜିକ ଦୂରତା କିପରି ବଜାଇ ରଖିବ ଏହି ବିଷୟ ଉପରେ ସଚେତନ କରାଇଥିଲେ |