
ହିଞ୍ଜିଳିକାଟୁ ୫/୫ (ଜିଲ୍ଲା ଖବର) : ଏବର୍ଷ ଆଉ ହେବ ନାହିଁ କାଟୁର ଲକ୍ଷ୍ମୀ ନୃସିଂହ ଯାତ୍ରା। ସାରା ବିଶ୍ୱ ରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆମ ରାଜ୍ୟ ତଥା ଆମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି। କରୋନା କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ୩ ଯାତ୍ରା କମିଟି ମାନଙ୍କୁ ନେଇ ଏକ ବୈଠକ ରେ ନିଷ୍ପତି କ୍ରମେ ଯାତ୍ରା ବନ୍ଦ ରହିବ। ପରମ୍ପରା ପାଇଁ ନୀତିକ୍ରାନ୍ତି ଅନୁସାରେ ନିର୍ଦ୍ଧିଷ୍ଟ ପୂଜକ ମାନେ ମନ୍ଦିର ବେଢ଼ା ମଧ୍ୟରେ ପୂଜା କରିବା ପାଇଁ ନିଷ୍ପତି ହୋଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଯେ ଆସନ୍ତା କାଲି ଠାରୁ ୩ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାନ୍ତି।


