
ଭୁବନେଶ୍ୱର, ୦୫/୦୫ (ବ୍ୟୁରୋ) ; ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପଂହଚିଛି । ଗତକାଲି ୭ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୬୯ରେ ପଂହଚିଥିଲା । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଂଜାମ ଜିଲ୍ଲାର । ଏହା ସହ ଗଂଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପଂହଚିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ଏହି ନୂଆ ଆକ୍ରାନ୍ତ ସୁରଟ ଫେରନ୍ତା କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ । ଗଞ୍ଜାମ ଜିଲ୍ଲାରେ ହୋଇଥିବା ପ୍ରବାସୀ ଓଡ଼ିଆ ନୂଆଁ କରୋନା ପଜେଟିଭ ଜଣକ ବ୍ରହ୍ମପୁର ଆଙ୍କୁଶପୁରରେ ଥିବା କ୍ବାରେନଟାଇନର ବୋଲି ସୂଚନା ମିଳିଛି । ଉକ୍ତ କ୍ବାରେନଟାଇନରେ ଗତ କାଲି ୧୧ ଜଣଙ୍କ ସ୍ୱାବ ଟେଷ୍ଟ ହୋଇଥିବା ବେଳେ ଜଣଙ୍କ ପୋଜେଟିଭ ବାହାରିଥିଲା । ପୋଜେଟିଭ ରିପୋର୍ଟ ସନ୍ଧ୍ୟା ୬ଟା ସୁଦ୍ଧା ଆସି ଯାଇଥିଲେ ସୁଦ୍ଧା କାହାକୁ ନ ଜଣେଇ ରାତି ପ୍ରାୟ ୨ ଟା ବେଳେ ଉକ୍ତ ଆକ୍ରାନ୍ତ ବ୍ୟକ୍ତି କୁ କୋଭିଡ଼୧୯ ହସ୍ପିଟାଲକୁ ନିଆଯାଇଥିଲା ।




