Wednesday, October 14, 2026
Home ଆଞ୍ଚଳିକ ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ନୀତି ସ୍ପଷ୍ଟ ହେଉ: ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଅବସରରେ ଡିଜିଟାଲ...

ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ନୀତି ସ୍ପଷ୍ଟ ହେଉ: ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଅବସରରେ ଡିଜିଟାଲ ମିଡିଆ ଆସୋସିଏସନ୍ ଦାବି

35

ଭୁବନେଶ୍ୱର : ମହାମାରୀ ‘କୋରାନା’ରେ ସଂକ୍ରମିତ ଆଜିର ବିଶ୍ୱ । ଏହାର କବଳରୁ ରକ୍ଷାପାଇବା ପାଇଁ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଚାଲୁଥିବା ଶୁଭଙ୍କର ହେଲେ ମଧ୍ୟ ମୃତୁ୍ୟ ଏବଂ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେଉନାହିଁ । ଭାରତରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଗୋଷ୍ଠୀଗତ ସଂକ୍ରମିତ ହୋଇ ନାହିଁ, ଏହା ଆମ ପାଇଁ ଏକ ଶୁଭ ସଂକେତ ହୋଇଛି କେବଳ ସଙ୍ଗ ରୋଧ ବା ସାମାଜିକ ଦୂରତ୍ୱ ବଜାୟ ରଖିବା କ୍ଷେତ୍ରରେ ଆମ ସରକାରଙ୍କ ଦୂରଦୃଷ୍ଟିର ପ୍ରଶାସନିକ ଦକ୍ଷତା ଯୋଗୁଁ ସମ୍ଭବପର ହୋଇପାରିଛି , ଏହା ନିସଂନେ୍ଦହ । ଏଥିରେ ଅବକ୍ଷୟ ଅର୍ଥନୀତି ସମଗ୍ର ଦେଶ କାହିଁକି ବିଶ୍ୱର ମେରୁଦଣ୍ଡ ଦୋହଲାଇ ଦେଇଛି । ଏହା ସତ୍ୱେ ଆମେ ମାନବ ବଂଚିବା ପାଇଁ ଆମର ଉଦ୍ୟମ ଅବ୍ୟହତ ରହିଛି । ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଗୋଷ୍ଠୀ ଏହା ଦ୍ୱାରା ପ୍ରଭାବିତ । ସବୁଠାରୁ ବେଶୀ ପ୍ରଭାବିତ ସମ୍ବାଦ ପତ୍ର ସଂସ୍ଥା ପ୍ରିଂଟ ଏବଂ ଉଲୋକ୍ଟ୍ରନିକ ସଂସ୍ଥା ପାଇଁ ସରକାରୀ ବିଜ୍ଞାପନ ମାଧ୍ୟମରେ ଆୟର ବିକଳ୍ପ ପନ୍ଥା ରହି ଆସିଛି । କିନ୍ତୁ ୱେବ୍ ମିଡ଼ିଆ ସଂସ୍ଥା ପାଇଁ ନା ସରକାରୀ ନା ବେସରକାରୀ କୌଣସି ଠାରୁ ମଧ୍ୟ ସହାୟତା ସେଗୁଡିକ ପାଇ ପାରୁ ନାହାଁନ୍ତି । ବର୍ତ୍ତମାନର ସମ୍ବେଦନ ଶୀଳ ପରିସ୍ଥିତିରେ ଟିକିନିଖି ତାଜା ଖବର ପରିବେଷଣ କରିବାରେ ୱେବ ମିଡିଆର ଅବଦାନ ପ୍ରଣିଧାନ ଯୋଗ୍ୟ, ଇତି ହ୍ରାସ ସୃଷ୍ଟି କରିଛି । ସମ୍ବାଦ ମାଧ୍ୟମରେ ସମାଜ ସେବା ଯଦିଓ ୱେବ ସାମ୍ବାଦକ ପ୍ରବୃତିଗତ ନିଶା ଭାବେ ସାମ୍ବାଦିକତାକୁ ଗ୍ରହଣ କରିଛନ୍ତି । ପେଷା ମରିଯିବ ପଛେ ‘ନିଶା’ ମରିବ ନାହିଁ । ଏହି ନ୍ୟାୟରେ ସେମାନେ ଦିନ ରାତ୍ରୀ ଏକ କରିଦେଇଛନ୍ତି ସମ୍ବାଦ, ପରିବେଷଣରେ ବିଶେଷ କରି କରୋନା ଯୁଦ୍ଧ ମୁକାବିଲା ପାଇଁ ସେମାନଙ୍କ ଅବଦାନ ଅବିସ୍ମରଣୀୟ । ସବୁଠାରୁ ସୁଖର କଥା ଓଡିଶା ସରକାରଙ୍କ ଘୋଷଣା ଅନୁସାରେ କରୋନା ସଂକ୍ରମଣରେ ସାମ୍ବାଦିକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ବର୍ଗଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇବେ । ତେବେ ଏଠାରେ ପ୍ରଶ୍ନ ଉଠେ ? କେଉଁ ସାମ୍ବାଦିକ ଏହି କ୍ଷତିପୂରଣ ସହାୟତା ରାଶି ପାଇବେ ? ତାହା ସରକାର ଜାରି କରିଥିବା ନିଦେ୍ର୍ଧଶରେ ସ୍ପଷ୍ଟ ହୋଇନାହିଁ । ଯେଉଁଠି ୱେବ ସାମ୍ବାଦିକମାନଙ୍କୁ ସରକାର ତାଲିକା ଭୁକ୍ତ କରିଥିବା ମଧ୍ୟ ଆଜିଯାଏ ଘୋଷଣା କରିନାହାଁନ୍ତି । ବର୍ତ୍ତମାନ ସୁଧା ସରକାରଙ୍କ ସ୍ୱାସ୍ଥ୍ୟ ବୀମା ୱେବ ସାମ୍ବାଦିକଙ୍କ ପ୍ରତି ଲାଗୁ କରିନାହାଁନ୍ତି । ଗତ ଦୁଇ ବର୍ଷରୁ ଅଧିକ ସମୟଧରି ୨୨ଶହ ୱେବ ସାମ୍ବାଦିକଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆପ୍ଳିକେଶନ ବିଚାରଧିନ ଅଛି କିମ୍ବା ରିଜେକ୍ଟ ହୋଇଛି ତାହା ମଧ୍ୟ ସରକାର ସ୍ପଷ୍ଟ କରିନାହାଁନ୍ତି । ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ଗୋଟିଏ ପ୍ରକାର ନୀତି ଆପଣାଇବା ପାଇଁ ନିର୍ଦ୍ଦେଶ ଜାରି କରିବା ପାଇଁ ଡିଜିଟାଲ ମିଡିଆ ଆସୋସିଏସନ୍ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଅବସରରେ ଦାବି କରାଯାଇଛି ।