Friday, November 13, 2026
Home ଆଞ୍ଚଳିକ କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

42

ଭୁବନେଶ୍ୱର,୪/୫ (ଜିଲ୍ଲା ଖବର) : ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀ ପୂର୍ବାପେକ୍ଷା ଅଧିକ ଆୟତ୍ତକୁ ଆସିଯାଇଥିଲେ ମଧ୍ୟ ଲକ୍ ଡାଉନ ଆଗଭଳି ବଳବତ୍ତର ରହିଛି ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ କିମ୍ବା କୌଣସି ସରକାରୀ ସହାୟତା ପାଇବା ପାଇଁ ବ୍ୟବସ୍ଥା ନାହିଁ ଅଥଚ ସେମାନେ ଦୈନନ୍ଦିନ ପାରିଶ୍ରମିକ ଉପରେ ନିର୍ଭର କରିଥାନ୍ତି ସେମାନଙ୍କୁ କରୋନା ମହାମାରୀ କରୁଣ ଅବସ୍ଥାକୁ ନେଇ ଆସିଛି । ଏଭଳି ସ୍ଥିତିରେ ଥିବା ପରିବାରମାନଙ୍କୁ ଠାବ କରି ସହାୟତାର ହାତ ବଢ଼ାଇଛି ‘ଫର୍ ୟୁ’ ଟ୍ରଷ୍ଟ । କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ।ଗତକାଲି ଧିରୀକୁଟି ବସ୍ତିରେ ଏମିତି ଦୟନୀୟ ଅବସ୍ଥାରେ ଥିବା ଚାରିଶହ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ବେଳେ ଆଜି ତାରିଣୀ ବସ୍ତିରେ ପାଞ୍ଚ ଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ପୁଣ୍ୟ କାର୍ଯ୍ୟରେ ଟ୍ରଷ୍ଟ ମୁଖ୍ୟ ସତ୍ୟ ଦାସଙ୍କୁ ସହଯୋଗ କରିଥିଲେ ବିକାଶ ମହାରଣା, ପବିତ୍ର କୁମାର, ସୀମା ପାଢ଼ୀ, ପ୍ରିୟଦର୍ଶୀନୀ ସ୍ବାଇଁ ପ୍ରମୁଖ ।