

ବାଲିଗୁଡା,୦୪-୦୫ (ସୁକାନ୍ତ କୁମାର ତ୍ରିପାଠୀ) : ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ବାଲିଗୁଡା ପରିସର ଭିତରେ ଗାୟତ୍ରୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ବ୍ଲଡବ୍ୟାଙ୍କ ଡ଼କ୍ଟର କେଦାର ନାଥ ପାଢ଼ୀ ଓ ମେଡିକାଲ ଟେକନିସିଆନ ଶ୍ରୀ ଚିତ୍ତ ରଞ୍ଜନ ନାୟକ ଏଥିରେ ସହଯୋଗ କରିଥିଲେ | ଗୋଟିଏ ମହତ ଉଦେଶ୍ୟ ନେଇ ଉପାନ୍ତ ଓ ଗରିବ ଲୋକଙ୍କ ଉଦେଶ୍ୟରେ ଏହି ଶିବିର ଅନୁସ୍ଥିତ ହୋଇଥିଲା | ଏହି ପରିବାରର (ପୁରୁଷ ଓ ସ୍ତ୍ରୀ ) ମିଶି ମୋଟରେ ପ୍ରାୟ ନଅ ଜଣ ରକ୍ତ ଦାନ କରିଥିଲେ | ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଉପସ୍ଥିତରେ ରକ୍ତ ସଂଗ୍ରହ କରାଯାଇ ଥିଲା |ଗାୟତ୍ରୀ ପରିବାର ତରଫରୁ ଅନ୍ତର୍ଯ୍ୟାମୀ ବେହେରା ମୁଖ୍ୟଟ୍ରଷ୍ଟି , ଗାୟତ୍ରୀ ବେହେରା, ଲଷ୍ମୀପ୍ରିୟା ବେହେରା,ପ୍ରଜ୍ଞାରାଣୀ ବେହେରା, ରୁନୁ ବେହେରା,କଳ୍ପନା ବିଷୋୟୀ ଏବଂ ଅନ୍ୟାନ୍ୟ ମିଶି ମୋଟରେ ପ୍ରାୟ ନଅ ଜଣ ରକ୍ତ ଦାନ କରିଥିଲେ | ଗୌରୀ ଶଙ୍କର ଆଚାରୀ,ପ୍ରକାଶ ନାୟକ,ଗାୟତ୍ରୀ ପରିବାର କେତକ ବ୍ୟକ୍ତି ଉକ୍ତ ରକ୍ତ ଦାନ କାର୍ଯ୍ୟରେ ସହଯୋଗ କରିଥିଲେ |










