

କୁକୁଡାଖଣ୍ଡି, ୦୩-୦୫(ଲକ୍ଷ୍ମୀ ନାରାୟଣ ମିଶ୍ର) : କୁକୁଡାଖଣ୍ଡି ବ୍ଲକକୁ ଆସିଛନ୍ତି ୩୩୮ ପ୍ରବାସୀ ଓଡ଼ିଆ ସେମାନଙ୍କ ମଧ୍ୟରୁ ୭୦ ଜଣଙ୍କୁ ଆଙ୍କୁଶପୁର ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିବା ବେଳେ ୭୨ ଜଣଙ୍କୁ ବାଲିପଡ଼ା ପ୍ରାଥମିକ ବିଦ୍ୟାଳୟ ,୫୬ ଜଣଙ୍କୁ ଟିକରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ୧୨୦ ଜଣଙ୍କୁ ବଉଳଝୋଳି ପ୍ରାଥମିକ ବିଦ୍ୟାଳୟ,୬୫ ଜଣଙ୍କୁ କୁକୁଡାଖଣ୍ଡି ଉଚ୍ଚ ବିଦ୍ୟାଳୟ ରେ ରଖାଯାଇଛି। ସମସ୍ତେ ସୁରଟ ଫେରନ୍ତା ବୋଲି ସୂଚନା ମିଳିଛି। କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ,ବିଡିଓ ଗଦାଧର ପାତ୍ର , ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନ,ଅମ୍ବିତ ମହାନ୍ତି ପ୍ରମୁଖ ସମସ୍ତ ସଗଂରୋଧ କେନ୍ଦ୍ରରେ ଲୋକକୁଂ ରଖି ସେମାନକୁଂ ଖାଇବା ଦେବାସହ ସେମାନକଂ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ I


