Wednesday, November 11, 2026
Home ଆଞ୍ଚଳିକ ବୁଗୁଡ଼ା ବ୍ଲକର ୨୦ ରୁ ଅଧିକ ଶିକ୍ଷକ ଅନୁପସ୍ଥିତ :ଘଣ୍ଟ ଘୋଡାଉଛନ୍ତି ବି. ଇ. ଓ

ବୁଗୁଡ଼ା ବ୍ଲକର ୨୦ ରୁ ଅଧିକ ଶିକ୍ଷକ ଅନୁପସ୍ଥିତ :ଘଣ୍ଟ ଘୋଡାଉଛନ୍ତି ବି. ଇ. ଓ

27

ବୁଗୁଡ଼ା ୦୨/୦୫/ (ଜିଲ୍ଲା ଖବର) : ବୁଗୁଡ଼ା ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକର ୨୦ ରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ ଅନୁପସ୍ଥିତ ଥିବା ବେଳେ ସେମାନଙ୍କୁ ବୁଗୁଡ଼ା ବି. ଇ. ଓ ଘଣ୍ଟ ଘୋଡ଼ାଉଥିବା ଜଣାଯାଇଛି। ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକଙ୍କ ପାଇଁ ଏବେ ବିଦ୍ୟାଳୟ ଗୁଡିକୁ ସଙ୍ଗରୋଧ କେନ୍ଦ୍ର କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। କେନ୍ଦ୍ରଗୁଡିକର ବିଭିନ୍ନ ଦାୟିତ୍ଵରେ ସେହି ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ସମେତ ଶିକ୍ଷକ ମାନଙ୍କୁ ମଧ୍ଯ ନିଯୁକ୍ତି ଦିଆଯାଇଛି। ଏପରି ସ୍ଥଳେ ବୁଗୁଡ଼ା ବ୍ଲକର କେତେକ ବିଦ୍ୟାଳୟରେ ଅନ୍ୟ ଜିଲ୍ଲା ମାନଙ୍କରୁ ଆସି ଶିକ୍ଷକ ଶିକ୍ଷୟିତ୍ରୀ ଥିବା ୨୦ ରୁ ଅଧିକ ଅନୁପସ୍ଥିତ ଥିବା ସେହି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବି. ଇ. ଓ ଙ୍କୁ ଜଣାଇଛନ୍ତି। ପ୍ରତ୍ୟେକ ମାସର ଶେଷ ସପ୍ତାହରେ ପ୍ରଧାନଶିକ୍ଷକ ମାନେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦରମା ବିଲ୍ ବି.ଇ.ଓ ଅଫିସର ଦାଖଲ କରିଥାନ୍ତି। ଏପ୍ରିଲ୍ ମାସର ଦରମା ବିଲ୍ ଦାଖଲ ବେଳେ କେତେ ଜଣ ପ୍ରଧାନ ଶିକ୍ଷକ ସେମାନଙ୍କର ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ବିଷୟ ମଧ୍ଯ ଦର୍ଶାଇଛନ୍ତି। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତ ଅଛନ୍ତି ସେମାନେ ଗଞ୍ଜାମ ଜିଲ୍ଲା ବାହାରୁ ଆସି ଏଠାରେ ନିଯୁକ୍ତି ପାଇଥିବା ଜଣାଯାଇଛି। ସେମାନେ ଲକ୍ ଡାଉନ ବେଳେ ବିଦ୍ୟାଳୟକୁ ନ ଗଲେ ମଧ୍ଯ ନିଜ ନିଜ ସଦରମହକୁମା ଛାଡିପାରିବେନାହିଁ ଓ ସବୁବେଳେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରୀ ନିର୍ଦ୍ଦେଶ ଅମାନ୍ୟ କରିଥିଲେ ମଧ୍ଯ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବୁଗୁଡ଼ା ବି. ଇ. ଓ ରାସାନନ୍ଦ କରଙ୍କୁ ଏ ସମ୍ପର୍କରେ ପଚାରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ବୋଲି କହିଛନ୍ତି। ପ୍ରଧାନଶିକ୍ଷକ ମାନେ ଅନୁପସ୍ଥିତ ଦେଖାଉଥିବା ବେଳେ ବି. ଇ. ଓ ଏମାନଙ୍କୁ ଘଣ୍ଟ ଘୋଡାଇବାର ଭିତିରି କାରଣ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।