
ଭୁବନେଶ୍ୱର, ୦୩-୦୫: ୨୦୧୯ ମେ ୩ ତାରିଖରେ କରାଳ ରୂପ ଧାରଣ କରିଥିଲା ବାତ୍ୟା ଫୋନି । ବାତ୍ୟା ଫୋନି କୁ ପୁରିଲା ବର୍ଷେ ପୁରୁଥିଲେ ମଧ୍ୟ ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ । ଆଜିର ଦିନରେ ତାଣ୍ଡବ ରଚିଥିଲା ଫୋନି । ବାତ୍ୟା ଫୋନିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା । ବାତ୍ୟା ଫୋନିରେ ଅନେକ ଲୋକ ପ୍ରାଣ ହରାଇଥିଲେ ,ଅନେକ ଗଛ ଉପୁଡ଼ିଥିଲା । କିଛି ଗାଁକୁ ଛାରଖାର କରିଥିଲା ଫୋନି । ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।


