Home ଆଞ୍ଚଳିକ ବୁଗୁଡାରେ ପହଞ୍ଚିଲେ ୫୪ ଜଣ ସୁରାଟ ଫେରନ୍ତା କଳିଙ୍ଗା ଘାଟି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା...

ବୁଗୁଡାରେ ପହଞ୍ଚିଲେ ୫୪ ଜଣ ସୁରାଟ ଫେରନ୍ତା କଳିଙ୍ଗା ଘାଟି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ବୁଗୁଡା ବ୍ଲକ

26

ବୁଗୁଡା ୨/୫ (ଜିଲ୍ଲା ଖବର) : ସୁରାଟ ରୁ ୫୪ ଜଣଙ୍କୁ ଧରି ଫେରିଥିବା ବସ ବୁଗୁଡ଼ାରେ ପହଞ୍ଚିବା ପରେ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ଓ ଶୋଭନୀୟ ପବ୍ଲିକ ସ୍କୁଲରେ ରହିଥିବା ଜଣା ପଡ଼ିଛି। ୫୪ ଜଣଙ୍କ ମଧ୍ୟରୁ ୪୧ ପୁରୁଷ, ୭ ଜଣ ମହିଳା ଓ ୬ ଜଣ ଛୋଟ ପିଲା ଅଟନ୍ତି। ବୁଗୁଡା,ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ଅଞ୍ଚଳର ନିଜ ସମ୍ପର୍କୀୟ ମାନେ ଏକାଠି ହୋଇ ଏହି ବସରେ ଆସିଥିବା ଜଣା ପଡ଼ିଛି। ବସଟିକୁ ପୋଲିସ ଏସ୍କାର୍ଟ ମଧ୍ୟରେ ବୁଗୁଡା ଅଣା ଯାଇଥିଲା। ଯାତ୍ରୀମାନେ ପହଁଞ୍ଚିବା ସମୟରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହରା,ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ମେଡିକାଲ ଟିମ ଉପସ୍ଥିତ ଥିଲେ। ଡାକ୍ତରୀ ଟିମ ୫୪ ଜଣ ସୁରାଟ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୪୧ ପୁରୁଷ ଶୋଭନୀୟ ପବ୍ଲିକରେ ରହିଥିବା ବେଳେ ୭ ଜଣ ମହିଳା ଓ ୬ ଜଣ ପିଲା ଏହିପରି ୧୩ ଜଣ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲରେ ରହିଲେ। ସେହିପରି କଳିଙ୍ଗା ଘାଟି ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବୁଗୁଡା ଅଞ୍ଚଳର ହୋଇଥିବା ବେଳେ ଚିତ୍ତରଞ୍ଜନ ସେଠୀଙ୍କ ଘର ବୁଗୁଡା ପିପୁଲସ କଲେଜ ନିକଟ ବରଡିପଲ୍ଲୀ ଓ ସନ୍ତୋଷ ସେଠୀଙ୍କ ଘର ମୋଟାବାଡ଼ି ପଞ୍ଚାୟତର ବୋଲି ଜଣା ପଡ଼ିଛି।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା