
ବାଲିଗୁଡା, ୦୨-୦୫ (ସୁକାନ୍ତ କୁମାର ତ୍ରିପାଠୀ) : ନୂଆଗାଁ ବ୍ଲକ ଠାରେ ସୁନୀଲ ନାୟକ ନାମକ ଜଣେ କଳାକାର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ମାଧ୍ୟମରେ କରୋନା ପାଇଁ ସଚେତନର ବାର୍ତା ଦେଇଛନ୍ତି | ଏହି ଚିତ୍ରରେ ମାକ୍ସ ପିନ୍ଧିବା, ଘରେ ରହିବା, ହାତ ଧୋଇବା ଏବଂ ପୋଲିସ, ଡ଼କ୍ଟର, ସାମ୍ବାଦିକ ମାନଙ୍କୁ କରୋନାର ଯୋଦ୍ଧା ଭାବରେ ସମ୍ବୋଧନ କରିଛନ୍ତି |୧୨ ଟି ଯାଗାରେ ଚିତ୍ର ଦ୍ୱାରା ସରକାରଙ୍କୁ ସହଯୋଗ କରିଛନ୍ତି | ନିଜ କଳା ଦ୍ୱାରା ଲୋକଙ୍କ ମନକୁ ଆକର୍ଷଣ କରି କରୋନା ରୂପକ ଭୟଙ୍କର ରୋଗରୁ ବଞ୍ଚି ରହିବାକୁ ତାଂକ ବିକଳ୍ପ ପନ୍ଥା ଅବଲମ୍ବନ କରିଛନ୍ତି |





