

ବାଲିଗୁଡା, ୦୨-୦୫(ସୁକାନ୍ତ କୁମାର ତ୍ରିପାଠୀ) : ସାରାବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିଲା ବେଳେ ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି ।ଏହି ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଓ ବିଭିନ୍ନ ସଂଗଠନ ଜୋରସରରେ ଲାଗିପଡିଛନ୍ତି ସମସ୍ତଙ୍କ ମୁହଁରେ ଗୋଟିଏ ସ୍ଲୋଗାନ କରୋନା ହାରିବ ଭାରତ ଜିତିବ ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ବିଜେପି ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇ ଭୋକିଲାଙ୍କୁ ଖାଦ୍ୟ,ମାକ୍ସ ସାନିଟାଇଜର ସାବୁନ ବାଣ୍ଟିବା ସହିତ ଜନସଚେତନତା ସୃଷ୍ଟି କରୁଛନ୍ତି । ସାମାଜିକ ଦୂରତାରକ୍ଷା କରିବା, ବାରମ୍ବାର ସାବୁନ ରେ ହାତଧୋଇବା ମାକ୍ସ ବ୍ୟବହାର କରିବା ଦ୍ୱାରା ସାରା ବିଶ୍ବର ମହାମାରୀ କରୋନା କୁ ସହଜରେ ମୁକାବିଲା କରିହେବ | ଉପାନ୍ତ ଅଞ୍ଚଳ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଗଳିକନ୍ଦି ବୁଲି ବୁଝାଉଛନ୍ତି | ଶୁକ୍ରବାର ଦିନ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ବାଲିଗୁଡା ବିଜେପି ପକ୍ଷରୁ ଛତା ବଣ୍ଟନ କରାଯାଇଥିଲା ଓ ଛତାକୁ କିଭଳି ବ୍ୟବହାର କରି ସାମାଜିକ ଦୂରତା ଅବଲମ୍ବନ କରିହେବ ସେନେଇ ଲୋକଙ୍କୁ ସଚେତନ କରିଥିଲେ ଓ ଖରା ସମୟରେ ଛତା ବ୍ୟବହାର କରି ଖରା ଦାଉରୁ ରକ୍ଷ୍ୟା ପାଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖୀ ବାକୁ ଉପଦେଶ ଦେଇଥିଲେ | ଏଥିରେ ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ବାଲିଗୁଡା ବିଜେପି ଜିଲ୍ଲାଯୁବମୋର୍ଚ୍ଚା ସଭାପତି ରଞ୍ଜିତ କୁମାର ସାହୁ ବାଲିଗୁଡା ମଣ୍ଡଳ ସଭାପତି ଦିବାକର ସାହୁ ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ସମ୍ପାଦକ ରାମାନନ୍ଦ ଘଡେଇ,ସୁରେନ୍ଦ୍ର ପାତ୍ର, ମୁନ୍ନା ରଥ,ଅଭୟ ପାତ୍ର,ଭଗବାନ ସାହୁ, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ଏନ.ଏ.ସିର ବିଭିନ୍ନ ୱାଡରେ ସଚେତନତା କରିଥିଲେ ।ବିଜେପିର ଏହିଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।




