

ବାଲିଗୁଡା,୦୨-୦୫(ସୁକାନ୍ତ କୁମାର ତ୍ରିପାଠୀ) : ସତସଙ୍ଗ୍ ମାର୍ଗର ମୁଖ୍ୟ ରାସ୍ତାରେ ବସବାସ କରୁଥିବା ବାସିନ୍ଦାଙ୍କ ଉଦ୍ୟମରେ କୋଭିଡ୍ ୧୯ଫଣ୍ଡକୁ ସାହିର ସିଆଚିନ ବୋର୍ଡ଼ରରେ କର୍ଯ୍ୟରତ ଥାଇ ଶହୀଦ୍ ହୋଇ ଯାଇଥିବା ଜବାନ ସ୍ବର୍ଗତ ଦିନେଶ୍ ପାତ୍ରଙ୍କ ସ୍ମୃତି ଉଦେଶ୍ଯରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଟ ,୧୩,୨୫୦/-ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଟ ,୧୩,୨୫୦/-ଟଙ୍କା ହିସାବରେ ମୋଟ,୨୬,୫୦୦/-ଟଙ୍କା ପ୍ରଦାନ କରିଛନ୍ତି I ଏହି ସଂଗୃହିତ ଅର୍ଥକୁ ଶହୀଦ୍ ଜବାନଙ୍କ ପିତା ଶ୍ରୀ ବିଜୟ କୁମାର ପାତ୍ରଙ୍କ ଜରିଆରେ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥୀତରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଉଭୟ ରିଲିଫ ପାଣ୍ଠିକୁ ଚାରି ଗୋଟି ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି I ଏହି ଘଡି ସନ୍ଧି ସମୟରେ ସାହିଵାସିନ୍ଦାଙ୍କ ସହାୟତା ଅତ୍ୟନ୍ତ ଆଵଶ୍ୟକ ଓ ପ୍ରେରଣା ଦାୟକ ବୋଲି ଉପଜିଲ୍ଲାପାଳ ଶ୍ରୀ ନନ୍ଦ କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I







