Thursday, November 12, 2026
Home ଆଞ୍ଚଳିକ ଆରିୟନ ଫାଉଣ୍ଡେସନ୍ ଓ ସ୍ମର୍ଦ୍ଧା ସ୍ବେଛାସେବୀ ସଂଗଠନ ପକ୍ଷରୁ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

ଆରିୟନ ଫାଉଣ୍ଡେସନ୍ ଓ ସ୍ମର୍ଦ୍ଧା ସ୍ବେଛାସେବୀ ସଂଗଠନ ପକ୍ଷରୁ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

50

ଭୁବନେଶ୍ୱର ୩୦/୪ (ଜିଲ୍ଲା ଖବର) ବର୍ତ୍ତମାନ କୋଭିଡ ନାଇଣ୍ଟିନ୍ ଫଳରେ ଏକ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହୋଇଥିବା ବେଳେ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।ସଂପ୍ରତି ଦିନକୁ ଦିନ ଗରିବଙ୍କ ଦୁଃଖ ବଢିବାରେ ଲାଗିଛି। ଏହି ସମୟରେ ବିପଦର ଵନ୍ଧୁ ସାଜିଛି ସ୍ମର୍ଦ୍ଧା ସ୍ବେଛାସେବୀ ସଂଗଠନ ଓ ଆରିୟନ ଫାଉଣ୍ଡେସନ୍ ର ମିଳିତ ଉଦ୍ୟମ। ପାଖାପାଖି ୨୦୦ରୁ ଉର୍ଦ୍ଧ ସୁଖିଲା ଖାଦ୍ୟ ସାଂଗକୁ ୧୦୦୦ଜଣଙ୍କୁ ମାସ୍କ ବଣ୍ଟନ କରି ମହାନତାର ପରିଚୟ ସୃଷ୍ଟି କରିଛନ୍ତି ଏହି ଅନୁଷ୍ଠାନ। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଜଟଣି ବ୍ଳକ ଅନ୍ତର୍ଗତ ଗାଂଗପଡା ପଞ୍ଚାୟତ ଭାଟକୁଡି ଗ୍ରାମର କିଛି ସ୍ବେଛାସେବୀ ସହଯୋଗ କରିଥିଲେ। ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଞ୍ଜାମ ଶାଖା ସଭାପତି ସୁବ୍ରତ କୁମାର ନାୟକ ,ଉପସଭାପତି ଦକ୍ଷିଣ ଓଡ଼ିଶା ବିଭାଗୀୟ କାର୍ଯ୍ୟାଳୟ ପ୍ରବୀଣ କୁମାର ରାଉଳ,ଡଃ ସୂର୍ଯ୍ୟକାନ୍ତି ରାଉତ ସଂପାଦକ ସ୍ମର୍ଦ୍ଧା ସ୍ବେଛାସେବୀ ସଂଗଠନ,ଡଃ କୈଳାସ ଚନ୍ଦ୍ର ସାହୁ ଆରିୟନ ଫାଉଣ୍ଡେସନ୍ ପ୍ରମୁଖ ଉପସ୍ଥିତ ରହି ସଚେତନତା ଜାରି ରହିଥିବା ସହିତ ଦୃଷ୍ଟି ଆଢୁଆଳରେ ରହିଯାଇଥିଵା ଅସହାୟ ମାନଙ୍କୁ ଚିହ୍ନଟ କରି ମହାନତାର ପରିଚୟ ପ୍ରଦାନ କରିଛନ୍ତି।