
ପାତ୍ରପୁର, ୨୯।୦୪ (ଲକ୍ଷ୍ମୀ ନାରାୟଣ ମିଶ୍ର) ; ବିଶ୍ଵ ମହାମାରୀ କରୋନା ଓ ଲକ୍ ଡାଉନରେ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି । ସେହିଭଳି ଫୋଟ ଗ୍ରାଫର୍ ମାନେ ବହୁତ ଅସୁବିଧାର ସମ୍ମୁଖୀନ ଦେଇ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ପାତ୍ରପୁର ବିଡ଼ିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଫୋଟ ଗ୍ରାଫର ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଲକ୍ ଡାଉନରେ ସମସ୍ତ ବାହାଘର ବ୍ରତ ବନ୍ଦ ହୋଇଯାଇଥିବାରୁ ପ୍ରାୟ ଶତାଧିକ ଫୋଟ ଗ୍ରାଫର ରୋଜଗାର ହରାଇଛନ୍ତି । ଏମାନଙ୍କୁ ଅନ୍ୟ ପନ୍ଥା ନଥିବାରୁ ଚିନ୍ତାରେ ଫୋଟ ଗ୍ରାଫର ମାନେ ଅଛନ୍ତି ।
ଏଭଳି ପରିସ୍ଥିତିରେ ସେମାନଙ୍କୁ ରୋଜଗାରର ରାସ୍ତା ଦେବା ପାଇଁ ଦାବୀ କରିଛନ୍ତି । ଦାବିପତ୍ର ଦେବା ସମୟରେ ସଭାପତି ନିଳାଞ୍ଚଳ ପଟ୍ଟନାୟକ , ସମ୍ପାଦକ ମନୋରଞ୍ଜନ ରଣା, ଉପ ସଭାପତି ଅନାଦି ପଣ୍ଡିତ , ଜିତେନ୍ଦ୍ର ବେହେରା, ତ୍ରିପତି ସାହୁ, ରାଜେଶ୍ ବେହେରା, ଦାଶରଥି, ପ୍ରଦୀପ ପଣ୍ଡା, ମିଟୁ ସାହୁ, କେ. ବାଲରାଜୁ, କୂରା ରେଡ୍ଡୀ, ଭାସ୍କର ତିଆଡି, ପ୍ରଭାତ ମହାପାତ୍ର, ସରୋଜ ପଣ୍ଡା, ପ୍ରମୁଖ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।



