
ଛତ୍ରପୁର, (ବିଚିତ୍ର ସାହୁ) : ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଛତ୍ରପୁରରେ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥି ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ପାଳନ କରନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାଙ୍କର ଦେହାନ୍ତ ପରେ, ତାଙ୍କର ଜନ୍ମତିଥିକୁ ଗୁରୁଦିବସ ଭାବରେ ପାଳନ କରାଯାଏ । ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଛତ୍ରପୁରରେ ଆଜି ସକାଳ ୭:୩୦ ମିନିଟରେ ଆରମ୍ଭ ଏକ ସଭା ଆୟୋଜକ ହୋଇଥିଲା ଓ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରି “ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ ପରଂବ୍ରହ୍ମ” ବୋଲି ଗୁରୁବନ୍ଦନା କରିଥିଲେ ।



ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଶତପଥି ସଭା ପରିଚାଳନ କରିଥିଲେ ଓ ଏବଂ ତାଙ୍କୁ ସହଯୋଗ କରିଥିଲେ ଛାତ୍ର ପ୍ରସାଦ କୁମାର ଷଡ଼ଙ୍ଗୀ, ଜି.ବିନୋଦ ଏବଂ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସମ୍ପାଦକ ସୁମିତ ସାହୁ, ଅଧ୍ୟକ୍ଷ ମଧୁସୂଦନ ବେହେରା, ଉପ ଅଧ୍ୟକ୍ଷ ସସ୍ମିତା ଦାସ, ଦଶମ ଶ୍ରେଣୀ ଶିକ୍ଷକ ପ୍ରସନ୍ନ କୁମାର ସାହୁ, ବରିଷ୍ଟ ଶିକ୍ଷକ ଲକ୍ଷ୍ମୀ ଚରଣ ଦାସ, ଅଶୋକ କୁମାର ଟହଲ, ସସ୍ମିତା ଦାସ, ରାମକୃଷ୍ଣ ପଟ୍ଟନାୟକ ଏବଂ ବିଦ୍ୟାଳୟର ସମସ୍ତ ଅପାଭାଇ ଯୋଗ ଦେଇଥିଲେ I



