
ପବିତ୍ର ବୈଶାଖ ଶୁକ୍ଳ ପଞ୍ଚମୀ ତିଥି,ଆଦ୍ରା ମିଥୁନ ଲଗ୍ନ ପରମପୂଜ୍ୟ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୨୭ତମ ଜୟନ୍ତୀ ଲକ୍ ଡାଉନ୍ ର ସମସ୍ତ ନିୟମ ଅନୁସରଣ ପୂର୍ବକ ଆସିକା ବିଧାୟକ ବଜାର ସ୍ଥିତ ଭାଗବତ ଟୁଙ୍ଗି ପରିସରରେ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ଓ ପୀଠ ପରିଷଦର ପାଞ୍ଚ ଜଣ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା। ଓଁ କାର ସହ ରାମଧୂନ୍ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ସମାଜସେବା ତଥା ଧର୍ମ ରକ୍ଷା ନିମିତ୍ତ ବ୍ରତୀ ହେବାକୁ ଉପସ୍ଥିତ ସଭ୍ୟ ବୃନ୍ଦ ଶପଥ ନେଇଥିଲେ । ଏହି ଅବସରରେ ବିଶ୍ଵ ମହାମାରୀ କୋରୋନାରେ ମୃତ୍ୟୁବରଣ କରିଥିବା ମୃତକ ଏବଂ ପାଲଘର(ମହାରାଷ୍ଟ୍ର) ସାଧୁ ହତ୍ୟା ର ସ୍ମୃତିଚାରଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।



