
ଛତ୍ରପୁର ୨୮/୪ (ଜିଲ୍ଲା ଖବର) ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ଭାଇଭଉଣୀ ମାନଙ୍କୁ ମହାମାରୀ କରୋନାର ଏହି ମହାବିପତ୍ତି ସମୟରେ ଅଭାବ, ଅସୁବିଧାକୁ ଧ୍ୟାନରେ ରଖି ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସରକାର ନେଇଥିବା ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସଂକ୍ରମଣ ନ ବ୍ୟାପିବା ପାଇଁ ୧୪ ଦିନ ସଂଗରୋଧ ଭାବେ ରଖିବା ଏକ ଉଚିତ ନିଷ୍ପତ୍ତି । ଓଡ଼ିଶାର ଜଣେ ପରିଚିତ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ମୂଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ମତାମତ ଦେଇଛନ୍ତି ଯେ ବାହାର ରାଜ୍ୟରୁ ଆସୁଥିବା ଲୋକ ମାନେ ଯଦି ନିଜ ଗ୍ରାମରେ କ୍ବାରେଣ୍ଟାଇନରେ ରହିବେ ,ସେମାନେ ସମ୍ପର୍କୀୟ ମାନଙ୍କୁ ମିଶିବାର ସମ୍ଭାବନା ଅଧିକ ଓ ସାଥିରେ ଆଣିଥିବା ଜିନିଷ ପତ୍ରକୁ ଯଦି ଘରକୁ ପଠାନ୍ତି , ବ୍ୟକ୍ତି ଯଦି ସଂକ୍ରମିତ ଥାନ୍ତି ,ତେବେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ଅନ୍ୟ ପାଖାପାଖି ପଡୋଶୀ ପଞ୍ଚୟତରେ ରଖିଲେ ପରିବାର ଲୋକେ ,ସାଙ୍ଗ ସାଥୀ ଓ ସମ୍ପର୍କିୟ ପରସ୍ପରକୁ ମିଶିବିରେ ରୋକ ଲାଗି ପାରିବ । ସାଙ୍ଗରେ ଆଣିଥିବା ଜିନିଷ ପତ୍ରକୁ ମଧ୍ୟ ୧୪ ଦିନ ପରେ ଘରକୁ ନେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ରୋକା ଯାଇ ପାରିବ ବୋଲି ମତ ପ୍ରଦାନ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୁଜରାଟର ପ୍ରଥମ ଓଡ଼ିଆ ଖବରକାଗଜର ସଂପାଦକ ଓ ପରିଚାଳକ ଭାବେ ଦୀର୍ଘ ସମୟ କାମ କରିବା ସହ ଓଡ଼ିଆ ସଂଗଠନର ନେତୃତ୍ବ ନେବା ସହ ଓ ବିଭିନ୍ନ ସାମାଜିକ ସଂଗଠନରେ ଗୁଜରାଟରେ ପନ୍ଦର ବର୍ଷରୁ ଉର୍ଦ୍ଧ ସମୟ କାମ କରିଛନ୍ତି।


