
ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାଙ୍କର ଦେହାନ୍ତ ପରେ, ତାଙ୍କର ଜନ୍ମତିଥିକୁ ଗୁରୁଦିବସ ଭାବରେ ପାଳନ କରାଯାଏ । ଗୁରୁଦିବସ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ଗଣ ପାଳନ କରନ୍ତି ।
ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ ବିଶ୍ୱ ଶିକ୍ଷକ ଦିବସ ଅକ୍ଟୋବର ୫ରେ ପାଳନ କରାଯାଇଥାଏ । ଗୁରୁମାନଙ୍କର ଗୁରୁତ୍ୱ ଅନୁଭବ କରିବା ଓ ସେମାନଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।
ଏହି ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥାନ୍ତି । “ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ ପରଂବ୍ରହ୍ମ” ବୋଲି ଗୁରୁବନ୍ଦନା କରାଥାନ୍ତି ।



