

ବାଲିଗୁଡା, ୨୮/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତର ସମାଜସେବୀ ଶ୍ରୀ ଵିକ୍ରମ ଦିଗାଲ ଓ ତାଙ୍କ ସହଯୋଗୀ ଜୀବନ ଵଚନ ନାୟକ, ମିଲନ ଦିଗାଲ, ତାପୋଷ କୁମାର ଦିଗାଲ ଏବଂ ଶିକ୍ଷାବିତ ଇମାନୁଲ ଦିଗାଲ ବିଭିନ୍ନ ପଞ୍ଚୟାତକୁ ଯାଇ ଗ୍ରାମର ଯୁବକ ଯୁବତୀ ଓ ବୟସ୍କ ମାନଙ୍କୁ ଗତ ଦିନ ମାନଙ୍କ ରେ ଓ ଆଜି ଦିନରେ ମଧ୍ୟ ସେମାନେ ଗାଁ ଗାଁ ବୁଲି କରୋନା ମହାମାରୀ ସଂକ୍ରମଣରୁ କିପରି ରକ୍ଷା ପାଇବେ, ମାକ୍ସ ବଣ୍ଟନ କରି ଏହାର ବ୍ୟବହାର , ସାବୁନ ରେ ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଅଭିନୟ ପ୍ରୟାସ ଜାରି ରଖିଥିବା ର ଦେଖିବାକୁ ମିଳିଛି | ସେମାନେ ନିଜର ଆୟରୁ ମାସ୍କ କିଣି ବଣ୍ଟନ କରିଥିଲେ ଏବଂ ଗାଁ ଲୋକଙ୍କୁ ସଚେତନତାର ବାର୍ତା ଦେଇଥିଲେ ଏହାର ପ୍ରଭାବରେ ଲୋକମାନେ ସମାଜସେବୀ ଓ ତାଙ୍କ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ |







