

ବାଲିଗୁଡା, ୨୮/୦୪ (ସୁକାନ୍ତ କୁମାର ତ୍ରିପାଠୀ) : କରୋନା ମହାମାରୀ ଦିନୋକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ ଷ୍ଟାଣ୍ଡରେ ଥିବା ମାଁ ପାଟଖଣ୍ଡ। ରିକ୍ସାଚାଳକ ଶ୍ରମିକ ସଂଘ। ପଟାରିକ୍ସା ଚାଳକ ଓ କୁଲି ମଜୁରିଆ ପରିବାର ନିମନ୍ତେ କାଳ ସାଜିଛି।
ଯାହାକି ରାଜ୍ୟର ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । କିନ୍ତୁ ଏଥିରେ ବାଦ ପଡ଼ିଛନ୍ତି କୁଲି ଓ ରିକ୍ସା ଚାଳନା କରି ନିଜ ପେଟ ପୋଷୁଥିବା ଲୋକେ।
ଏପରି ଦୁର୍ଦିନ ସମୟରେ ସହାୟତା ଯୋଗାଇଦେବାକୁ ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ନିକଟରେ ସହାୟତା ଯୋଗାଇ ଦେବାପାଇଁ ଆକୁଳ ନିବେଦନ କରିଛନ୍ତି ବୋଲି ଜଣାଯାଇଛି |




