Thursday, November 12, 2026
Home ଆଞ୍ଚଳିକ କ୍ୱାରେଣ୍ଟାଇନ ଗୃହ ର ସ୍ତିତି ପରଖିଲେ ଗଂଜାମ ଜିଲ୍ଲାପାଳ

କ୍ୱାରେଣ୍ଟାଇନ ଗୃହ ର ସ୍ତିତି ପରଖିଲେ ଗଂଜାମ ଜିଲ୍ଲାପାଳ

216

ହିଞ୍ଜିଳିକାଟୁ ୨୭/୪ (ଜିଲ୍ଲା ଖବର) : କରୋନା ପାଇଁ ସମସ୍ତ ଦାଦନଖଟି ଶ୍ରମିକ ମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ସମସ୍ତଙ୍କୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ଓଡିଶା ସରକାର ସମସ୍ତ ବ୍ୟବସ୍ତା କରିସାରିଛନ୍ତି I କିନ୍ତୁ ସମସ୍ତ ଶ୍ରମିକ ନିଜ ଗ୍ରାମକୁ ଆସିବା ପରେ କ୍ୱାରେଣ୍ଟାଇନ ରେ ରହିବ ପାଇଁ କଡାକଡି କରିଛନ୍ତି I ଓଡିଶା ସରକାର ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ସମସ୍ତ ପଂଚାୟତ ମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେଇଥିଲେ I ଓଡିଶା ସରକାରଙ୍କ ଦ୍ୱାରା ଜାରିକରଯାଇଥିବା ଯୋଜନା ଦ୍ୱାରା ସମସ୍ତ ଶ୍ରମିକ ନିଜ ଗ୍ରାମକୁ ଫେରିବା ସମୟ ପାଖକୁ ଆସୁଥିବା ବେଳେ କ୍ୱାରେଣ୍ଟାଇନ ଗୃହ ର ସ୍ତିତି ପରଖିଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ I ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମପଂଚାୟତ ବୁଲି ସ୍ତିତି ପରଖିଥିଲେ ଏହା ସହିତ ଶ୍ରମିକ ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା ପାଇଁ ସରପଂଚ ମାନଙ୍କୁ ଜଣାଇଥିଲେ I

ରିପୋର୍ଟ ପ୍ରଶାନ୍ତ କୁମାର ରଣା