
କୋରାପୁଟ ୨୬/୪ (ଜିଲ୍ଲା ଖବର) : ସମଗ୍ର ପୃଥିବୀରେ କରୋନା ଭୟରେ ଥରହର ହେଉଥିବା ବେଳେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ ସହର ର କୈଳାସ ନଗର ଯୁବକ ସଙ୍ଘ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ବାରା ଭ୍ରାମ୍ୟମାନ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଲାକଡାଉନ ସମୟରେ କୋରାପୁଟ ରକ୍ତ ଭଣ୍ଡାର ର ରକ୍ତଭାବ କୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ,ରାଜ୍ୟ ବିହନ ନିଗମ ର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଏବଂ ପଟାଙ୍ଗି ବିଧାୟକ ପ୍ରୀତମ ପାଢୀ ଅତିଥି ଭାବେ ଯୋଗ ଦେଇ ଜୀବନ ବିନ୍ଦୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କୁ ରିବନ କାଟି ଶୁଭାରମ୍ଭ କରିଥିଲେ। ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସର୍ବ ପ୍ରଥମେ ରକ୍ତ ଦାନ କରି ଆସିଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ବିଜେଡି ଯୁବ ସଭାପତି ଅମିତ ଅଗ୍ରବାଳ ,ଅଶୋକ କୁମାର ପାତ୍ରଏବଂ ସ୍ଥାନୀୟ ଯୁବକ ସହଯୋଗ ରେ ସମୁଦାୟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜୟ କୋରାପୁଟ ର ସଭାପତି ସୂଚନା ଦେଇଥିଲେ।ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜେଡି ଦଳର ଏକ ଅଙ୍ଗ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟ ର ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ଅଭାଵ ଦୂର କରିବା ସକାଶେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହିରକ୍ତ ସଂଗ୍ରହ ସମୟରେ ଭରତ ମଲ୍ଲିକ , DBDMFA ର ସଭାପତି ଜି ସଞ୍ଜୀବ କୁମାର , DBDMFA ର ସମସ୍ତ ସଦସ୍ୟ ଓ ବ୍ଲଡ଼ ବ୍ୟାଙ୍କ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ ସୁନ୍ଦର କୁମାର ପାଣି।



