ବାଲିଗୁଡା, ୨୬I୦୪ (ସୁକାନ୍ତ କୁମାର ତ୍ରିପାଠୀ) : ଓଡ଼ିଶା ପ୍ରଦେଶର ଅନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦର ଦକ୍ଷିଣ ପ୍ରାନ୍ତ ରାଜ୍ୟ ସମ୍ପାଦକ ଶ୍ରୀ ବିଶ୍ୱଜିତ ପାତ୍ର (ଜିତୁ ଭାଇ) ତଥା ସମାଜ ସେବୀ | ପବିତ୍ର ଅକ୍ଷୟ ତୃତୀୟାରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ରାଜ୍ୟର ସମସ୍ତ ଚାଷୀ ଭାଇ ମାନଙ୍କ ପାଇଁ ଶୁଭ କାମନା କରିବା ସହିତ ହିନ୍ଦୁ ପରମ୍ପରା ଅନୁଯାୟୀ ଚାଷୀ ଭାଇ ମାନଙ୍କୁ ଉଚ୍ଛାହିତ କରିବା ପାଇଁ କନ୍ଧମାଳ ଜିଲ୍ଲାର କେତୋଟି ଉପାନ୍ତ ଅଂଚଳକୁ ଯାଇ ଅକ୍ଷି ମୁଠି ଅନୁକୂଳ କରିଥିଲେ |
ରାଜ୍ୟରେ ଥିବା ଚାଷୀ ଭାଇ ମାନଙ୍କୁ କରୋନା ମହାମାରୀକୁ ଭୟ ନକରି ଦେଶ ଓ ରାଜ୍ୟବାସୀଙ୍କ ମୁହଁରେ ମୁଠେ ଅର୍ଣ୍ଣ ଦେଇ ଭୋକ ମେଣ୍ଟେଇ ପାରିବେ ଏଥି ପାଇଁ ସେ ଚାଷୀ ଭାଇମାନଙ୍କ ନିମନ୍ତେ ଜଗନ୍ନାଥଙ୍କ ନିକଟକୁ ପ୍ରାଥନା କରିଛନ୍ତି ଜଗନ୍ନାଥଙ୍କ ବାହୁଛାୟା ତଳେ ସମସ୍ତଙ୍କୁ ଖୁସିରେ ରଖନ୍ତୁ ତା ସହିତ କରୋନା ମହାମାରୀ ତଥା ଲକଡାଉନରେ ବାହାର ରାଜ୍ୟରେ ପଶି ରହିଥିବା ପ୍ରବାସୀ ଓଡ଼ିଆ ଓ ଫେରିଥିବା ଓଡ଼ିଆବାସୀଙ୍କୁ ଅନୁରୋଧ କରିଛନ୍ତି I
ଗ୍ରାମକୁ ଫେରିବା ମାତ୍ରେ ସରକାରଙ୍କ ଅନୁରୋଧ ରକ୍ଷା କରି ନିଜ ନିଜର ନାମ ଓ ଠିକଣା ନିଜ ପଞ୍ଚାୟତ ଓ ପ୍ରଶାସନ ପାଖରେ ପଞ୍ଜିକୃତ କରି ରାଜ୍ୟ ବାସୀଙ୍କୁ କରୋନା ମହାମାରୀ କବଳରୁ ଦୁରେଇ ରଖିବାକୁ ସେ ସଚେତନତା ବାର୍ତ୍ତା ଜଣାଇଛନ୍ତି |



