Sunday, October 18, 2026
Home ଜିଲ୍ଲା ଖୋର୍ଦ୍ଧା ଆଜି ଅକ୍ଷୟ ତୃତୀୟା: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ଅକ୍ଷୟ ତୃତୀୟା: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

68

ଭୁବନେଶ୍ୱର, ୨୬।୪ (ବ୍ୟୁରୋ) : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ବିଶେଷକରି ଆମ ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ସହ କୃଷି କାର୍ଯ୍ୟ ସମୟରେ ସାମାଜିକ ଦୂରତା ବଜାୟ ରଖନ୍ତୁ। ଆଶା କରୁଛି, ଚଳିତ ବର୍ଷ ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।