Thursday, November 12, 2026
Home ଆଞ୍ଚଳିକ ଓଡ଼ିଆ ଯୁବକଙ୍କ ମୁମ୍ବାଇ ରେ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଆ ଯୁବକଙ୍କ ମୁମ୍ବାଇ ରେ ରନ୍ଧା ଖାଦ୍ୟ ବଣ୍ଟନ

26

ହିଞ୍ଜିଳିକାଟୁ ୨୫/୪ (ଜିଲ୍ଲା ଖବର) : ସାରା ବିଶ୍ୱରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ବଜ଼ାର ବନ୍ଦ ହେତୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି Iଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ସମସ୍ତ ଦୋକାନ ବଜ଼ାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି Iକହିବାକୁ ଗଲେ ଓଡିଶା ରେ କରୋନା ଜଟିଳ ନାହିଁ ସତ କିନ୍ତୁ ମୁମ୍ବାଇ ରେ ମୃତ୍ୟୁ ହାର ଦିନକୁ ଦିନ ବଢ଼ିବିବାରେ ଲାଗିଛି Iକିନ୍ତୁ ଏହାକୁ ଖାତିର ନ କରି ରନ୍ଧା ଖାଦ୍ୟ ବଣ୍ଟନରେ ଲାଗି ପଡିଛନ୍ତି ଓଡ଼ିଆ ଯୁବକ Iସେମାନେ ହେଲେ ଆସ୍କା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମ ର ଚନ୍ଦନ ମହାରଣା, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଛିଲିମା ର ସନ୍ତୋଷ ଦୋରା ,ସମରଝୋଳ ଗ୍ରାମର ଏମ ରାମକୃଷ୍ଣ ଏବଂ ଦୟାପଲ୍ଲୀ ର ସନ୍ତୋଷ ନାଇଡୁ ସମସ୍ତେ ମିଳିତ ଭାବେ ନୂଆ ମୁମ୍ବାଇ ଅନ୍ତର୍ଗତ ତଲାବାଲି ଗ୍ରାମରେ ରନ୍ଧା ଖାଦ୍ୟ ବଣ୍ଟନ କରି ଚର୍ଚ୍ଚା କୁ ଆସିଛନ୍ତି କିଛି ଓଡ଼ିଆ ଯୁବକ I

ରିପୋର୍ଟ ପ୍ରଶାନ୍ତ କୁମାର ରଣା