Home ଜିଲ୍ଲା କନ୍ଧମାଳ ଶ୍ରୀ ସତ୍ୟସାଇ ବାବାଙ୍କର ଆରାଧନା ମହୋତ୍ସବ ପାଳିତ

ଶ୍ରୀ ସତ୍ୟସାଇ ବାବାଙ୍କର ଆରାଧନା ମହୋତ୍ସବ ପାଳିତ

146
ଶ୍ରୀ ସତ୍ୟସାଇ ବାବା

ବାଲିଗୁଡ଼ା, ୨୫I୦୪ (ସୁକାନ୍ତ କୁମାର ତ୍ରିପାଠୀ) : କରୋନା ମହାମାରୀର ନିରାକରଣ ନିମନ୍ତେ ବର୍ତମାନ ଲକଡାଉନ ଆଦେଶ ହୋଇଥିବାରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଆରାଧନା ମହୋତ୍ସବ୨୦୨୦ ସାଇ ପ୍ରେମିଙ୍କର ନିଜ ନିଜର ଗୃହରେ ଆଜି ନିଡାଡମ୍ବର ଭାବେ ପାଳିତ ହୋଇ ଯାଇଛି I

ଆଜି ସତ୍ୟସାଇ ବାବାଙ୍କର ଆରାଧନା ଦିବସରେ ପ୍ରାତଃ ୫ ଟା ସମୟରେ ଓଁ କାର, ସୁପ୍ରଭାତମ ଗାନ କରାଯାଇ ଥିଲା I ଘର ମାନଙ୍କରେ ପୂଜା ଅର୍ଚନା ହୋଇଥିଲା ଏବଂ ଘରନିକଟରେ ଥିବା କେତକ ନାରାୟଣୀଙ୍କୁ ରନ୍ଧା ଖାଦ୍ୟ, ବିସକେଟ ଏବଂ ମାକ୍ସ ସାଇ ସଂଘଠନର ସେବା କର୍ମ କର୍ତା ଏବଂ ବାଳବିକାଶ ଛାତ୍ର ମାନଙ୍କ ଦ୍ୱାରା କେତକ ନାରାୟଣୀ ବଣ୍ଟନ କରାଯାଇଥିଲା I

ଏହାପରେ ବର୍ତମାନ କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ସାବୁନରେ ହାତ ଧୋଇବାକୁ ଓ କଥାଭାଷାରେ ଦୂରତ୍ୱ ବଜାଇ ରଖିବାପାଇଁ ସଚେତନ କରିଥିଲେ I ସନ୍ଧ୍ୟାରେ ସାଇ ପ୍ରେମୀମାନେ ନିଜେ ନିଜର ପରିବାର ସହିତ ଘରେ ଭଜନ କୀର୍ତନ କରିଥିଲେ, ଶେଷରେ ଗତ ୩୦ ଦିନରେ ହୋଇ ଥିଵା ଓଁ ସାଇ ଗାୟତ୍ରୀ ପାଠ କରି ସମସ୍ତ ଲୋକ ସୁଖିନଃ ଭବନ୍ତୁ ଏପରି ତିନି ଥର କରି ଭଗବାନଙ୍କୁ ପାର୍ଥନା କରିଥିଲେ I

କରୋନା ମହାମାରୀରେ ପଡିଥିବା ସମସ୍ତ ଲୋକ କିପରି ଶୀଘ୍ର ଉକ୍ତ ରୋଗରୁ କିପରି ମୁକ୍ତି ପାଇବେ ଏବଂ ମହାମାରୀ ଦେଶ ବିଦେଶରୁ କିପରି ଲୋପ ପାଇବ ବୋଲି ପର୍ଥନା କରିଥିଲେ ଗତ ମାର୍ଚ୍ଚ ୨୪ ତାରିଖ ରାତ୍ର ୯ ଘଣ୍ଟା ଠାରୁ ସାଇ ଗାୟତ୍ରୀ ଆରମ୍ଭ କରି ରାତ୍ର ୯.୧୫ ପର୍ୟନ୍ତ ନିଜ ଘରେ ପରିବାରର ସମସ୍ତେ କରିଥିବା ପାର୍ଥନାକୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଚରଣ ତଳେ ଅର୍ପଣ କରି କାର୍ୟ୍ୟକ୍ରମ ସମାପ୍ତ କରିଥିଲେ I