
କୋରାପୁଟ ୨୪/୪(ଜିଲ୍ଲା ଖବର) : ଲକଡାଉନ ପରେ ଚେନ୍ନାଇ ରେ ଫସି ରହିଥିବା କୋରାପୁଟ ଜିଲ୍ଲାର ସୁନାବେଡା ର ଦେବେନ୍ଦ୍ର ଦାସ ନାମକ ଯୁବକ ୧୫ଦିନ ମଧ୍ୟରେ ୮୦୦ଶହ କିମି ଚାଲି ଚାଲି ସୁନାବେଡା ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ଯୁବକକୁ ସୁନାବେଡା ସଙ୍ଗରୋଧ କକ୍ଷରେ ରଖାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଯୁବକ ଦେବେନ୍ଦ୍ର ଚେନ୍ନାଇ ରେ ଏକ ଠିକାଦାର ପାଖରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । କିନ୍ତୁ କରୋନା ର ମୁକାବିଲା ପାଇଁ ସରକାର ସମଗ୍ର ଦେଶରେ ଗତ ୨୫ତାରିଖରୁ ଲକଡାଉନ ଘୋଷଣା କରିବା ପରେ ଠିକାଦାର ଖାଦ୍ୟ ନ ଯୋଗାଇବାରୁ ଦେବେନ୍ଦ୍ର ଭୋକ ଉପବାସ ରେ ଦିନ ବିତାଉଥିଲା। ଶେଷରେ ଦେବେନ୍ଦ୍ର ନିଶ୍ଚିତ କଲାଯେ ନିଜ ଘରକୁ ଫେରିବି। ଲାକଡାଉନ ଯୋଗୁ ଗାଡି ବନ୍ଦ ଥିବା ହେତୁ ଚଳିତ ମାସର ୧୦ତାରିଖରେ ଚେନ୍ନାଇ ରୁ ଚାଲି ଚାଲି ଆସି ସୁନାବେଡା ରେ ପହଞ୍ଚିଛି।ଦେବେନ୍ଦ୍ର ଚେନ୍ନାଇ ରୁ ସୁନାବେଡା ରେ ପହଞ୍ଚିବା ଖବର ପ୍ରକାଶ ପାଇଲା ପରେ ସୁନାବେଡା ସ୍ୱାସ୍ଥ୍ୟ ବିଭାଗ ଯୁବକ ପାଖେ ପହଞ୍ଚି ଆଲୋଚନା ପରେ ରାଜ୍ୟ ସରକାର ନିର୍ଦ୍ଦେଶ ଅନୁଯାୟୀ ସଙ୍ଗରୋଧ କକ୍ଷରେ ରଖାଗଲା।
ରିପୋର୍ଟ ସୁନ୍ଦର କୁମାର ପାଣି।


