Thursday, November 12, 2026
Home ଆଞ୍ଚଳିକ ହିଞ୍ଜିଳି ବ୍ଲକ ଚାଉଳ କଳ ସଙ୍ଘପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ହିଞ୍ଜିଳି ବ୍ଲକ ଚାଉଳ କଳ ସଙ୍ଘପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

41

ହିଞ୍ଜିଳିକାଟୁ ୨୪/୪ (ଜିଲ୍ଲା ଖବର) : ସାରା ବିଶ୍ୱ ଏବେ କରୋନା କବଳ ରେ ଏହା ଯେତିକି ମାରାତ୍ମକ ଏହାର ସଂକ୍ରମଣ ତା ଠାରୁ ଅଧିକ ମାରାତ୍ମକ। କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଯୁଦ୍ଧ ରେ ଅନେକ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ଲକ୍ ଡାଉନ୍ ଲାଗି ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିପର୍ଯ୍ୟସ୍ଥ ହେବାରେ ଲାଗିଛି ଏଭଳି ସମୟରେ ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ସଂଘ ସଭାପତି ବିଜୟ କୁମାର ପାଢ଼ୀଙ୍କ ନେତୃତ୍ୱ ରେ ୧ଲକ୍ଷ ୭୨ହଜାର ୧,ଟଙ୍କା ଆଜି ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ ଦେଇଛନ୍ତି।
ରିପୋର୍ଟ ରଜନୀ ପାତ୍ର