Thursday, November 12, 2026
Home ଆଞ୍ଚଳିକ କ୍ବାରେଣ୍ଟାଇନ ଆଶ୍ରୟ ସ୍ଥଳୀରୁ ଦନ ୧୬ ଜଣ ଶ୍ରମିକ ଚମ୍ପଟ

କ୍ବାରେଣ୍ଟାଇନ ଆଶ୍ରୟ ସ୍ଥଳୀରୁ ଦନ ୧୬ ଜଣ ଶ୍ରମିକ ଚମ୍ପଟ

40

ରାୟଗଡ଼ା ୨୪/୪ (ଜିଲ୍ଲା ଖବର) କ୍ବାରେଣ୍ଟାଇନ ଆଶ୍ରୟସ୍ଥଳୀରୁ ୧୬ ଜଣ ଶ୍ରମିକ ଚମ୍ପଟ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅଧୀନରେ ଥିବା ଏକ ସ୍କୁଲ ଗୃହ
ଆଶ୍ରୟସ୍ଥଳୀରେ । ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅଧୀନରେ ଥିବା ଏବି5 ସ୍କୁଲ ଗୃହରେ ଥିବା କ୍ବାରେଣ୍ଟାଇନ ଆଶ୍ରୟସ୍ଥଳୀରୁ ୧୬ ଜଣ ଶ୍ରମିକ ଚମ୍ପଟ ମାରିଛନ୍ତି । ଗତ କାଲି ରାତିରେ ଆଶ୍ରୟସ୍ଥଳୀର କବାଟ ଭାଙ୍ଗି ୧୬ଜଣ ଶ୍ରମିକ ଚମ୍ପଟ ମାରିଛନ୍ତି । ଏହି ଶ୍ରମିକ ମାନେ ନବରଙ୍ଗ ପୁର ପାପଡ଼ହାଣ୍ଡି ଅଞ୍ଚଳର ବୋଲି ଜଣା ପଡିଥିବା ବେଳେ ଏହି ୧୬ଜଣ ଶ୍ରମିକ ନିଜ ଅଞ୍ଚଳକୁ ଚାଲି ଚାଲି ଯାଇଛନ୍ତି । ଏମାନଙ୍କ ନାମରେ
ଅମ୍ବାଦଳା ଥାନାରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ରାୟଗଡା ଏସପି ।
ରିପୋର୍ଟ ସନାତନ ନାୟକ