Wednesday, November 11, 2026
Home ଆଞ୍ଚଳିକ ଲକ ଡାଉନ ସମୟରେ ମନ ହାଲକା ପାଇଁ ଏକ ‘ପ୍ରେମ କବିତା’ “ନିର୍ମୁଳୀ...

ଲକ ଡାଉନ ସମୟରେ ମନ ହାଲକା ପାଇଁ ଏକ ‘ପ୍ରେମ କବିତା’ “ନିର୍ମୁଳୀ ଆଉ ଥୁଣ୍ଟା ଗଛ “

64

ତୁମେ ପ୍ରେମର ବଲ୍ଲରୀ କେଉଁ ଉପାଦାନେ ଗଢା
ଚର୍ମ ହାଡ ରକ୍ତ ମାଂସ ନା ଆଉ କିଛି ମିଶାଣ
ମୋ ଦେହରେ ମାଳି ହୋଇଯାଅନ୍ତନି
ନିର୍ମୁଳୀଲତା ଭଳି
ଶୋଷିନେଇଥାନ୍ତ ମୋ ଦେହରୁ ସମସ୍ତ ରକ୍ତ
ତମ ଶିରାପ୍ରଶିରାରେ ବହିଥାନ୍ତି
ଥୁଣ୍ଟା ଗଛଟିଏ ହୋଇ ଦୀର୍ଘ ଦିନ ଯାଏଁ
ହୋଇଥାନ୍ତି ତୁମର ସାହାରା
ପାଇଥାନ୍ତି ସଦା ସ୍ପର୍ଶ ତୁମ ସୁକ୍ଷ୍ମ ତନୁର
ତୁମେ ଯେତେ ଛନ୍ଦାଛନ୍ଦି ହୋଇ ଲଟେଇ ହେଲେବି
ମନା କରନ୍ତିନି
ଆହୁରି କୁହନ୍ତି ଘେରିନିଅ ମୋ ତଳିରୁ ତଳିପା
ତୃପ୍ତି ତୃପ୍ତି ଲାଗନ୍ତା
ଭରାଭରା ମନ ହୁଅନ୍ତା
ଏତେସବୁ ଭାବିଲା ପରେ
ଲାଗେସତେ ଅବା ଆଞ୍ଜୁଳାଏ ସପ୍ନ
ଭାବନାର ଅନ୍ତରାଳେ
ଲୁଚକାଳି ଖେଳ ପରି ଅବାସ୍ତବ
ଆଉ ଭ୍ରମ ଧାରଣା
ସତରେ କଣ ମୁଁ ତମପାଇଁ ବୋଝ
ନିର୍ମୁଳୀ ଆଉ ଥୁଣ୍ଟା ଗଛର ସମ୍ପର୍କ ପରି ।।

                           ରତ୍ନାକର ଶୀୟ