
ଆସିକା ୨୪/୪ (ଜିଲ୍ଲା ଖବର) : ଆସିକା ତହସିଲଦାର ସଦାନନ୍ଦ ସେଠୀ ରାଜ୍ୟ ବାହାରୁ ଆସିବାକୁ ଥିବା ବ୍ୟକ୍ତିଙ୍କ ପାଇଁ କରେନଣ୍ଟାଇନରେ ରଖିବାର ବ୍ୟବସ୍ଥା ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଓ ବାଲିଛାଇ ଗ୍ରାମପଞ୍ଚାୟତ ଭ୍ରମଣ କରି ସମସ୍ତ ବିଦ୍ୟାଳୟର ପରିବେଶ ଓ କରେନଣ୍ଟାଇନରେ ରଖିବାର ସୁବିଧା ସୁଯୋଗ କିପରି ଉପଲବ୍ଧ ହୋଇପାରିବ ସେନେଇ ଉଭୟ ପଞ୍ଚାୟତର ସରପଞ୍ଚ ଓ ନୋଡାଲ୍ ଅଫିସର ସମେତ ଅଂଗନଞ୍ବାଡି କର୍ମୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ମାନ ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। କରୋନା ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥାର ସଠିକ ଭାବେ ପରିଚାଳନା କରିବା ପାଇଁ ତହସିଲଦାରଙ୍କ ତତ୍ପରତା ଦେଖାଇଥିବା ବେଳେ ଗୁଣ୍ଠପଡା ଗ୍ରାମପଞ୍ଚାୟତ ସରପଞ୍ଚ ମୋଚିଆଣି ବେହେରା ଓ ବାଲିଛାଇ ସରପଞ୍ଚ ତହସିଲଦାରଙ୍କୁ ସହଯୋଗ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ


