Wednesday, November 11, 2026
Home ଆଞ୍ଚଳିକ କରୋନା ବିରୋଧୀ ଲଢେଇରେ ଲିଭିଙ୍ଗ ଫାର୍ମସ

କରୋନା ବିରୋଧୀ ଲଢେଇରେ ଲିଭିଙ୍ଗ ଫାର୍ମସ

19

ରାୟଗଡ଼ା ୨୪/୪ (ଜିଲ୍ଲା ଖବର) : ବିଶ୍ୱ ମହାମାରୀ କରୋନା ବିରୋଧୀ ଲଢେଇରେ ସାମିଲ ହୋଇଛି ରାୟଗଡା ଅଞ୍ଚଳରେ କାମ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ଲିଭିଙ୍ଗ ଫାର୍ମସ। କରୋନା କବଳରୁ ବଞ୍ଚିବା ପାଇଁ ସରକାରଙ୍କ ତରଫରୁ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଥିବା ବେଳେ ମାସ୍କର ଅଭାବ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏହି ସମୟରେ ସ୍ବେଚ୍ଛାସେବୀ ସଂଗଠନ ଲିଭିଙ୍ଗ ଫାର୍ମସ ଓ ବିଷମକଟକ ନାଗରିକ ମଞ୍ଚ ବ୍ଲକ ପ୍ରସାଶନ ସହିତ ମିଶି ଝିଗିଡ଼ି ପଂଚାୟତର ମୁଣ୍ଡା ଗ୍ରାମରେ ମାସ୍କ ବଣ୍ଟନ ଆରମ୍ଭ କରିଛନ୍ତି। ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମକୁ ତହସିଲଦାର ଶୁଭେନ୍ଦୁ ଶେଖର ଜେନା ଉଦଘାଟନ କରିଥିବା ବେଳେ ବିଷମ କଟକ ନାଗରିକ ମଂଚର ସଭାପତି ଗୋପାଳ ପଟ୍ଟନାୟକ, ଖଦି ବୋର୍ଡ଼ ମେମ୍ବର ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ, ଝିଗିଡି ସରପଞ୍ଚ ଶ୍ରୀମତୀ ମୋହିନୀ ସରକା ଓ ଲିଭିଙ୍ଗ ଫାର୍ମସର ପ୍ରକଳ୍ପ ସଂଯୋଯାକ ପ୍ରଦୀପ ପାତ୍ର ଉପସ୍ଥିତ ଥିଲେ। ଲୋକମାନେ ଶାରୀରିକ ଦୂରତା ନିୟମ ମାନି ମାସ୍କ ସଂଗ୍ରହ କରିଥିଲେ। ପ୍ରଥମେ ଶ୍ରୀ ପାତ୍ର କରୋନା କବଳରୁ କିପରି ରକ୍ଷା ପାଇ ହେବ, ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ଦୂରତା ରଖିବା ଆଦି ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ କୋଡ଼ିଏ ଦିନ ହେବ, ଲିଭିଙ୍ଗ ଫାର୍ମସ ତରଫରୁ ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ଓ ଗୁଡାରି ବ୍ଲକର ୫୦୦ ରୁ ଉର୍ଧ୍ଵ ଗାଁରେ ଶାରୀରିକ ଦୂରତା, ସାବୁନରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଆଦି ବିଷୟରେ ଗାଡି ଓ ସାଉଣ୍ଡ ସିଷ୍ଟମ ମାଧ୍ୟମରେ ପ୍ରଚାର କରି ଲୋକ ମାନଙ୍କୁ ସଚେତନ କରାଯାଇଛି। ଆଗାମୀ ସମୟରେ ଅନୁଷ୍ଠାନ ତରଫରୁ ୧୫ ହଜାର ମାସ୍କ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।
ରିପୋର୍ଟ ସନାତନ ନାୟକ