
କନ୍ଧମାଳ,୨୪I୦୪ (ସୁକାନ୍ତ କୁମାର ତ୍ରିପାଠୀ) : ବାଲିଗୁଡା ବ୍ଲକର ସଲାଗୁଡ଼ା ଗ୍ରାମ ପଞ୍ଚାୟତର ପୁନିନାଟ ଗ୍ରାମରେ ଆଜି ଏଲଏସଏମ ଅନୁଷ୍ଠାନ ଦ୍ଵାରା ଲୋକଙ୍କୁ ସଚେତନତା କରାଇଥିଲେ | ଏହି ଗ୍ରାମରେ ରହୁଥିବା ଗରିବ, ଦିନ ମଜୁରିଆ ଓ ବେସାହାରା ଆଦିବାସୀ ଲୋକମାନଙ୍କ ଘରେ ଘରେ ଯାଇ କରୋନା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ ଏହାଠାରୁ କିପରି ନିଜକୁ ରକ୍ଷା କରିବେ ସେ ବିଷୟରେ ସଚେତନ କରାଇଥିଲେ ଏବଂ ମାକ୍ସ ବାଣ୍ଟିବା ସହ ତାର ବ୍ୟବହାର ଓ ସାନିଟାଇଜ ଉପରେ ବୁଝାଇ ଥିଲେ I ଏଲଏସଏମର ସେକ୍ରେଟାରୀ ଶ୍ରୀ ବିକ୍ରମ ଦିଗାଲ ଓ ତାଙ୍କ ସହକର୍ମୀ ମାନଙ୍କ ପୁର୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସଲାଗୁଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ଶାନ୍ତ ଦିଗାଲ ଏବଂ ଗ୍ରାମବାସୀ ମାନେ ଏଲଏସଏମ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ |









