Thursday, November 12, 2026
Home ଆଞ୍ଚଳିକ ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ

86

ହିଞ୍ଜିଳିକାଟୁ ୨୪/୪ (ଜିଲ୍ଲା ଖବର ) : ସାରା ଦେଶରେ କରୋନା ଭାଇରସର କାୟା ବିସ୍ତାର ଯୋଗୁଁ ସମସ୍ତ ସ୍କୁଲ୍ କଲେଜ ବନ୍ଦ ହୋଇଯିବା ଫଳରେ ଛାତ୍ର ଛାତ୍ରୀଙ୍କ ଭବିଶ୍ୱତକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରୀ ଘରକୁ ଘର ବୁଲି ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ଏହି ନିୟମକୁ ସମ୍ମାନ ଜଣାଇ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ଖରା ତରା କୁ ଖାତିର ନକରି ସାମାଜିକ ଦୂରତା ରକ୍ଷା କରି ଘରକୁ ଘର ବୁଲି ବହି ବାଣ୍ଟି ଥିବାର ଦେଖିବାକୁ ମିଳିଛି।ଏଥିରେ ଗ୍ରାମର ସମାଜ ସେବୀ ମାନବ ପ୍ରେମୀ ନୀଳ ଭଉଳ,ପପୁନୁ ପରିଡ଼ା ଓ ଦୀପକ କୁମାର ପରିଡ଼ା ଏବଂ ଚନ୍ଦନ ଭଉଳ ସଂପୂଣ୍ଣ ସହଯୋଗ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ରାଜେନ୍ଦ୍ର ସାହୁ ଧନ୍ୟବାଦ୍ ଜଣାଇଛନ୍ତି ।
ରିପୋର୍ଟ ପ୍ରଶାନ୍ତ କୁମାର ରଣା