ସାମ୍ବାଦିକ ସଂଘ (ଇଲୋକ୍ଟ୍ରୋନିକ ଓ ୱେବ) ତରଫରୁ ବାଲିଗୁଡାରେ ପ୍ରଥମ ସାଧାରଣ ବୈଠକ

39
ସାମ୍ବାଦିକ ସଂଘ (ଇଲୋକ୍ଟ୍ରୋନିକ ଓ ୱେବ)

କନ୍ଧମାଳ, ( ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ ଇଲୋକ୍ଟ୍ରୋନିକ ଓ ୱେବ ସାମ୍ବାଦିକ ସଂଘ ତରଫରୁ ବାଲିଗୁଡାରେ ପ୍ରଥମ ସାଧାରଣ ବୈଠକ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସଭାପତି ସୁନୀଲ ପଟ୍ଟନାୟକ, ଉପସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରାଧାମୋହନ ମହାପାତ୍ର , ଉପସଭାପତି ଅରୁଣ ଷଡ଼ଙ୍ଗୀ, ପ୍ରମୋଦ ଦଣ୍ଡସେନା ବରିଷ୍ଠ ଆଇନଜୀବି କୌଶିକ ସାହୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଇଲୋଟ୍ରୋନିକ ଓ ୱେବ ମିଡ଼ିଆ ସାମ୍ବାଦିକ ଉପସ୍ଥିତ ଥିଲେ । ଏହା ସହ ନୂଆ କରି ୧୨ଜଣ ନୂଆ ସାମ୍ବାଦିକ ସାମିଲ ହେଲେ ଏହି ସଭାକୁ ପ୍ରମୋଦ ଦଣ୍ଡସେନା ପରିଚାଳନା କରିଥିଲେ ।