Thursday, November 12, 2026
Home ଆଞ୍ଚଳିକ ବାହାର ରାଜ୍ୟରୁ ଆସିବାକୁ ଥିବା ପଞ୍ଚାୟତ ବାସୀଙ୍କ କରେନଣ୍ଟାଇନ ବ୍ୟବସ୍ଥା ନିମନ୍ତେ ଗଂଗାପୁର ସରପଞ୍ଚଙ୍କ...

ବାହାର ରାଜ୍ୟରୁ ଆସିବାକୁ ଥିବା ପଞ୍ଚାୟତ ବାସୀଙ୍କ କରେନଣ୍ଟାଇନ ବ୍ୟବସ୍ଥା ନିମନ୍ତେ ଗଂଗାପୁର ସରପଞ୍ଚଙ୍କ ନେତୃତ୍ୱରେ ବୈଠକ

24

ଆସିକା ୨୩/୪(ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ଗଂଗାପୁର ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀମତୀ ସନିଳା ବେହେରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି କରୋନା ସଚେତନତା ଓ ବାହାର ରାଜ୍ୟରୁ ଆସିବାକୁ ଥିବା ପଞ୍ଚାୟତର ଲୋକମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଓ କରେନଣ୍ଟାଇନରେ ରଖିବାର ସୁବିଧା ସୁଯୋଗ କିପରି ଉପଲବ୍ଧ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ଉପରେ ଆଲୋଚନା ଓ ସପଥପାଠ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ସରପଞ୍ଚ। ସମସ୍ତ ଅଂଗନଞ୍ବାଡି କର୍ମୀ ଏବଂ ଆଶା କର୍ମୀ ମାନେ ଉପସ୍ଥିତ ଥିବା ବେଳେ ନୋଡାଲ୍ ଅଫିସର ଏବଂ ପଞ୍ଚାୟତ ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହୋଇଥିଲେ। ବାହାରୁ ଆସିବା ନିମନ୍ତେ କିଭଳି ପଞ୍ଜିକରଣ କରିବାକୁ ହେବ ଏବଂ ସେମାନଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ ରକ୍ଷା କରାଯିଵ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସରପଞ୍ଚ ପଞ୍ଚାୟତର ସମସ୍ତ ଗ୍ରାମକୁ ବୁଲି ରାସନ୍ ଦୋକାନ ଉପରେ ଆଲୋକପାତ କରିଥିଲେ। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ରକ୍ଷା କରିବା ପୂର୍ବକ ବ୍ୟବସାୟ କରିବା ଏବଂ ‘ମାସ୍କ ନାହିଁ ତ ରାସନ୍ ନାହିଁ ‘ଲେଖି ଦୋକାନ ସାମ୍ନାରେ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ।
ରିପୋର୍ଟ ରତ୍ନାକର ଶିଅ